25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ

୩୭ ଦିନ ପରେ ଗାଜାର ଧ୍ବଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ୟାର ଅର୍ଥ ହେଲା ଭଗବାନ ଯେତେବେଳେ ଯାହାକୁ ବଞ୍ଚାଇବାକୁ ଚାହିଁବେ ସେତେବେଳେ ତାକୁ କେହି ମାରିପାରିବେ ନାହିଁ । ଠିକ ଏହିପରି ଏକ ଘଟଣା ଘଟିଛି ଇସ୍ରାଏଲ-ହମାସ ଯୁଦ୍ଧର ବିଭୀଷିକା ମଧ୍ୟରେ । ସମସ୍ତେ ଜାଣିଛନ୍ତି ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ପରେ ୧୪୦୦ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତା ବାଦ ଆହୁରି ୨୦୦ ଉର୍ଦ୍ଧ ଲୋକଙ୍କୁ  ଅପହରଣ କରିନେଇ ପଣବନ୍ଦୀ କରି ରଖିଛି ।

ଏହି ଆକ୍ରମଣର ପ୍ରତିବଦଳରେ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଲଗାତାର ଆକ୍ରମଣ କରି ଆସୁଛି । ଗାଜା ସହର ଏକରକମର ଧ୍ବଂସସ୍ତୂପରେ ପରିଣତ ହେଇଆସିଲାଣି । ସୂଚନାନୁସାରେ ହମାସ ଆକ୍ରମଣର ପ୍ରତିଉତ୍ତରରେ  ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ କରିଚାଲିଥିଲା । ଆକ୍ରମଣରେ ଗାଜାର ଅନେକ ଘର ଭାଙ୍ଗି  ଧୂଳିସାତ ହେଇଯାଇଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ଶିଶୁଟିର ଘର ମଧ୍ୟ ସମ୍ପୂର୍ଣରୂପେ ନଷ୍ଟ ହୋଇଯାଇଥିଲା ।

କୁହାଯାଉଛି ଯେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଏହି ନିରୀହ ଶିଶୁଟି ଜନ୍ମ ହୋଇଥିଲା । ବୋମା ବିସ୍ଫୋରଣରେ ଘର ସିନା ନଷ୍ଟ ହୋଇଯାଇଥିଲା କିନ୍ତୁ ଶିଶୁର ନିଶ୍ୱାସ ଚାଲିଥିଲା । ଆଶ୍ଚର୍ଯ୍ୟଜଣକ ଭାବେ ଧ୍ବଂସ ସ୍ତୂପ ତଳେ ପିଲାଟି ୩୭ ଦିନ ଧରି ଜୀବିତ ରହିଥିଲା । ଏହାକୁ ଭଗବାନଙ୍କ ଚମତ୍କାର କୁହାଯିବନି ତ ଆଉ କଣ କୁହାଯିବ । ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ପିଲାଟି କିପରି ବଞ୍ଚି ରହିଥିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking