35.1 C
Bhubaneswar
Saturday, April 19, 2025
Homeଓଡିଶା୨୦ ଖଣି ପାଇଁ ଆଜିଠୁ ପ୍ରଥମ ପର୍ଯ୍ୟାୟ ନିଲାମ

୨୦ ଖଣି ପାଇଁ ଆଜିଠୁ ପ୍ରଥମ ପର୍ଯ୍ୟାୟ ନିଲାମ

ନୂଆଦିଲ୍ଲୀ:   ନଭେମ୍ବର ୨୯ ବା ବୁଧବାରଠାରୁ ପ୍ରଥମ ପର୍ଯ୍ୟାୟ ଖଣି ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ବପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମ କରାଯିବ।ପ୍ରଥମ ପର୍ଯ୍ୟାୟରେ ୨୦ ଗୁରୁତ୍ବପୂର୍ଣ୍ଣ ଖଣି ପାଇଁ  ନିଲାମ ଡକାଯିବ। ଏ ନେଇ ଖଣି ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି।

କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଅନ୍‌ଲାଇନ ଖଣି ନିଲାମ ପକ୍ରିୟାର ଶୁଭାରମ୍ଭ କରିବେ। ଏଥିରେ ଦେଶରେ ଥିବା ସମୁଦାୟ ୨୦ ଟି ମହତ୍ବପୂର୍ଣ୍ଣ ଖଣିକୁ ନିଲାମରେ ରଖାଯିବ।ଖଣି ମନ୍ତ୍ରାଳୟ ଅନୁଯାୟୀ, ଏହି ଐତିହାସିକ ପଦକ୍ଷେପ ଦ୍ବାରା ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ। ଜୁଲାଇ ୨୦୨୩ରେ ସରକାର ଏମ୍‌ଏମ୍‌ଡିଆର୍‌ ଆଇନରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଥିଲେ। ଯାହାପରେ ଲିଥିୟମ ଖଣିର ନିଲାମ ବାଟ ଫିଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking