31.1 C
Bhubaneswar
Sunday, May 5, 2024
Homeଅପରାଧ୨୫ବର୍ଷ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

୨୫ବର୍ଷ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଚେକ୍ ବାଉନ୍ସ ମାମଲାରେ ଦୀର୍ଘ ୨୫ବର୍ଷ ପରେ ଗିରଫ ହେଲେ ଅଭିଯୁକ୍ତ । ମୁମ୍ବାଇ ପୋଲିସ ୬୨ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁଜୁରାଟରୁ ଭାରୁଚରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ପ୍ରାୟ ୪୦ଟି କ୍ୟାମେରା କିଣିବା ପରେ କମ୍ପାନୀକୁ ଦେଇଥିବା ଚେକ୍ଟି ବାଉନ୍ସ ହୋଇଥିଲା । ପ୍ରାୟ ୫୦ହଜାର ଟଙ୍କାର ଚେକ୍ ବାଉନ୍ସ ହୋଇଥିଲା । ଏହାପରେ କମ୍ପାନୀ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତକୁ ପୋଲିସ ଗୁଜୁରାଟରୁ ଗିରଫ କରିଛି । ରାଫି ଅହମ୍ମଦ କିଡୱାଇ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏକ କ୍ୟାମେରା କମ୍ପାନୀକୁ ଅବିଯୁକ୍ତଙ୍କ ଜଣକ ଠକିଥିଲେ । ସେହି ସମୟରେ ଅଭିଯୁକ୍ତଙ୍କୁ ୩୭ବର୍ଷ ବୟସ ହୋଇଥିଲା । ଏକ କ୍ୟାମେରା କମ୍ପାନୀରୁ ପ୍ରାୟ ୪୦ଟି କ୍ୟାମେରା କିଣିବା ପରେ ଉକ୍ତ କମ୍ପାନୀକୁ ଅଭିଯୁକ୍ତ ଜଣକ ୫୦ ହଜାର ଟଙ୍କାର ଚେକ୍ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ଚେକ ବାଉନ୍ସ ହୋଇଯାଇଥିଲା । ଏହାପରେ କ୍ୟାମେରା କମ୍ପାନୀ ଅଭିଯୁକ୍ତଙ୍କ ବିରୋଧରେ ରାଫି ଅହମ୍ମଦ କିଡୱାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ କୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିଥିଲେ । ଜାମିନ ମିଳିବା ପରେ କୋର୍ଟରେ ଶୁଣାଣି ବେଳେ ସେ ଉପସ୍ଥିତ ରହୁନଥିଲେ । ଫଳରେ ଏହି ମାମଲାର ଶୁଣାଣି ଘୁଞ୍ଚ ଚାଲିଥିଲା । ଏହାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା । ପୋଲିସ ପ୍ରାୟ ୨୫ବର୍ଷ ପର୍ଯ୍ୟନ୍ତ ଫେରାର ରହିଥିଲେ । ନିକଟରେ ଅଭିଯୁକ୍ତ ଜଣକ ଭାରୁଚ ଜିଲ୍ଲାର ଅକୋଡଠାରେ ରହୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ମୁମ୍ବାଇ ପୋଲିସର ଏକ ଟିମ ଗୁଜୁରାଟରେ ପହଞ୍ଚିଥିଲା । ଗୁଜୁରାଟ ପୋଲିସର ସହାୟତାରେ ମୁମ୍ବାଇ ପୋଲିସ ଦୀର୍ଘ ୨୫ବର୍ଷ ପରେ ଅଭିଯୁକ୍ତ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ୩୭ବର୍ଷ ବୟସରେ ଅପରାଧ କରିଥିବା ବେଳେ ୬୨ବର୍ଷ ବୟସରେ ପୋଲିସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ଜଣକ ଗିରଫ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking