30.1 C
Bhubaneswar
Sunday, May 19, 2024
Homeଅପରାଧପାଠ ପଢ଼ିବା ସମୟରେ ଫୋନ ଦେଖିବାକୁ ବାରଣ କରିବାରୁ ମା’ର ଗଳା କାଟିଦେଲା ପୁଅ

ପାଠ ପଢ଼ିବା ସମୟରେ ଫୋନ ଦେଖିବାକୁ ବାରଣ କରିବାରୁ ମା’ର ଗଳା କାଟିଦେଲା ପୁଅ

ମୁମ୍ବାଇ: ପୁଅକୁ ମୋବାଇଲ ଦେଖିବାକୁ ବାରଣ କରିବା ହେଲା କାଳ । ବାରମ୍ବାର ଫୋନ ଦେଖିବାକୁ ବାରଣ କରିବାରୁ ମାଆକୁ ମୃତ୍ୟୁ ଶେଯରେ ଶୁଆଇଦେଲା ପୁଅ । +୨ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳକ ନିଜ ମାଆଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲା । ମହାରାଷ୍ଟ୍ର ପୁଣେ ସ୍ଥିତ ଉର୍ଲିକାଞ୍ଚାନରେ ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି । ମୃତ ମହିଳା ଜଣକ ତସଲିମ ଜାମିର ଶେଖ । ପାଠ ପଢିବା ସମୟରେ ପୁଅ ବାରମ୍ବାର ଫୋନ ଦେଖୁଥିବାରୁ ସେ ବାରଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପୁଅ ନିଜ ମାଆଙ୍କ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଏହି ଘଟଣାଟି ଗତ ୧୫ ତାରିଖର । ଉର୍ଲିକାଞ୍ଚାନ ଅଞ୍ଚଳରେ ତସଲିମ ଜାମିର ଶେଖ ନାମକ ଜଣେ ମହିଳାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ପୋଲିସ ଖବର ପାଇଥିଲା । ଘଟଣାସ୍ଥଳରେ ଲୋନି କଲଭୋର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା । ତିନି ଜଣ ଡାକ୍ତରଙ୍କ ତତ୍ତ୍ୱାବଧାନରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ମହିଳାଙ୍କ ମୁଣ୍ଡ ଓ ଗଳାରେ ଆଘାତ ଲାଗିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଥିଲା । ରିପୋର୍ଟ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking