29.1 C
Bhubaneswar
Friday, April 26, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ଟି-୨୦ ବିଶ୍ୱକପ୍‌: ଭାରତ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ମହିଳା ଟି-୨୦ ବିଶ୍ୱକପ୍‌: ଭାରତ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

କେପ୍‌ଟାଉନ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ଆଗରେ ଶନିବାର ଇଂଲଣ୍ଡ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ସେଣ୍ଟଜର୍ଜ ପାର୍କରେ ଖେଳ ଜାରି ଥିବା ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଇଂଲଣ୍ଡ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ରେଣୁକା ଠାକୁର ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ପାଇଁ ନାଟ୍ ସ୍କିଭର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୪୨ଟି ବଲ୍ ଖେଳି ୫ଟି ଚୌକା ବଳରେ ୫୦ ରନ୍ କରିଥିଲେ । ଅଧିନାୟିକା ହିଦର ନାଇଟ୍ ୨୩ଟି ବଲ୍ ଖେଳି ୨୮ ରନ୍ ଯୋଡ଼ିଥିଲେ ।

ଆମି ଜୋନ୍ସଙ୍କ ବ୍ୟାଟରୁ ୪୦ ରନ୍ ଅମଳ ହୋଇଥିଲା । ସୋଫି ଇସିଲଷ୍ଟୋନ୍ ଅପରାଜିତ ୧୧ ରନ୍ ସଂଗ୍ରହ କରିଥିଲେ । ଆରମ୍ଭରୁ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ଓଭରର ୩ୟ ବଲରେ ରେଣୁକା ସିଂହ ୱିକେଟ୍ ନେଇଥିଲେ । ରେଣୁକାଙ୍କ ବଲ୍‌କୁ ଡାନି ୱାଟ୍ ଖେଳି ରିଚା ଘୋଷଙ୍କୁ କ୍ୟାଚ୍ ଦେଇଥିଲେ । ଭାରତର ୨ୟ ଶିକାର ହୋଇଥିଲେ ଆଲିସ କାପ୍‌ସେ । ସେ ମଧ୍ୟ ରେଣୁକାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସୋଫିଆ ଡନ୍‌କ୍ଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ । ସେ ରେଣୁକାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ପରେ ରେଣୁକା ଇଂଲଣ୍ଡର ଆମି ଜୋନ୍ସ ଓ କାଥେରିନା ସ୍କିଭରଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଇଂଲଣ୍ଡ ୨୯ ରନ୍ ବେଳକୁ ପ୍ରଥମ ୩ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା । କିନ୍ତୁ ୪ର୍ଥ ୱିକେଟ୍‌ରେ ଦଳ ୫୧ ରନ୍ ସଂଗ୍ରହ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking