37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଜେଲ୍‌ରେ କଏଦୀ ଆହତ ହେଲେ କ୍ଷତିପୂରଣ ପାଇବାକୁ ହକଦାର: ଦିଲ୍ଲୀ ହାଇକୋର୍ଟ

ଜେଲ୍‌ରେ କଏଦୀ ଆହତ ହେଲେ କ୍ଷତିପୂରଣ ପାଇବାକୁ ହକଦାର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜେଲ୍‌ରେ ଯଦି ଜଣେ କଏଦୀ କିମ୍ବା ଦୋଷୀ କାମ କରିବା ସମୟରେ ଆହତ ହୁଅନ୍ତି, ତେବେ ସେ କ୍ଷତିପୂରଣ ପାଇବାକୁ ହକଦାର । ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ କିଛି ନିର୍ଦ୍ଦେଶନାମା ଜାରି କରିଥିବାବେଳେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି କ୍ଷତିପୂରଣ ତାଙ୍କର ମୌଳିକ ଅଧିକାର । ହାଇକୋର୍ଟରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ତିହାର ଜେଲରେ ଥିବା ଜଣେ ଦୋଷୀ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି କରିଥିଲେ, ଯାହାର ଜେଲରେ କାମ କରୁଥିବାବେଳେ ଡାହାଣ ହାତର ତିନି ଆଙ୍ଗୁଳି କଟି ଯାଇଅଛି । ଦିଲ୍ଲୀ ହାଇକୋର୍ଟ ଏହାର ନିର୍ଦ୍ଦେଶରେ କହିଛନ୍ତି ଯେ, କଏଦୀ ଏବଂ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି କର୍ମଚାରୀ କିମ୍ବା ନିଯୁକ୍ତିଦାତା ଭଳି ସମ୍ପର୍କ ନାହିଁ, ତେଣୁ ବନ୍ଦୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ।

ହାଇକୋର୍ଟ ତାଙ୍କର ମନ୍ତବ୍ୟରେ କହିଛନ୍ତି ଯେ, ଜେଲରେ ରହିଥିବା କଏଦୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜୁରୀ ଅଧୀନରେ କୌଣସି ନିୟମ ନାହିଁ। ଏହା ସହିତ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ‘ଯଦି କଏଦୀ ଜେଲରେ କାମ କରିବା ସମୟରେ ଆଘାତ ପାଇଥାଏ ଏବଂ ଯେଉଁଥିପାଇଁ ସେ ପଙ୍ଗୁ ହୋଇଯାଏ, ତେବେ ସେହି ବନ୍ଦୀମାନଙ୍କର ମଧ୍ୟ ନ୍ୟାୟ ପାଇବା ପାଇଁ ଏକ ମୌଳିକ ଅଧିକାର ଅଛି । ହାଇକୋର୍ଟ ଏହି ମାମଲାରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି, ‘ଯଦି ଜଣେ କଏଦୀ କାର୍ଯ୍ୟ ସମୟରେ ଗୁରୁତର ଆହତ ହୁଏ, ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ, ତେବେ ୨୪ ଘଣ୍ଟା ମଧ୍ୟରେ ଜେଲର ସମ୍ପୃକ୍ତ ବିଚାରପତିଙ୍କୁ ଜଣାଇବା ଜେଲ ଅଧୀକ୍ଷକଙ୍କ ଦାୟିତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking