38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଲିବାନ ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧୀ

ତାଲିବାନ ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ମଧ୍ୟରେ ଲୋକେ ଏହି ଆତଙ୍କୀ ସଂଗଠନ ବିରୋଧରେ ଏକଜୁଟ ହେଉଛନ୍ତି । ପୂର୍ବରୁ ତାଲିବାନ ବିରୋଧରେ ଲଢେଇ କରୁଥିବା ଅହମ୍ମଦ ସାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ ଏବେ ଏହି ସଂଗଠନ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ତାଲିବାନୀଙ୍କ ବିରୋଧରେ ଏହି ଲଢେଇ ରେ ମସୁଧ ସମଗ୍ର ବିଶ୍ୱରୁ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି ଆମ ପାଖରେ ଏବେ ବିପୁଳ ମାତ୍ରାରେ ହତିଆର ଓ ଗୋଳାବାରୁଦ ଅଛି । ଆଫଗାନ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟର ନେତା ଅହମ୍ମଦ ମସୁଦ ତାଲିବାନଙ୍କ ବିରୋଧରେ ସଂଘର୍ଷ ଜାରି ରଖିବା ନେଇ ଘୋଷଣା କରିଛନ୍ତି ।
ତାଲିବାନ ସହ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ । ଅପିଲ ପରେ ଅନେକ ଲୋକ ସହଯୋଗର ହାତ ବଢାଇଛନ୍ତି । ସେନାର ଅନେକ ଯବାନ ବି ସାଥିରେ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନ ସହ ଲଢେଇ କରିବା ପାଇଁ ଏହା ପ୍ରର୍ଯ୍ୟାପ୍ତ ନୁହେଁ, ସେଥିପାଇଁ ସେମାନଙ୍କୁ ଅନ୍ୟ ଦେଶରୁ ସାହାଯ୍ୟ ପାଇଁ ଅପିଲ କରିଛନ୍ତି । ଅହମ୍ମଦ କହିଛନ୍ତି, ତାଲିବାନ କେବଳ ଆଫଗାନିସ୍ତାନ ନୁହେଁ, ବରଂ ସମଗ୍ର ଦୁନିଆର ଶତ୍ରୁ । ଏମାନଙ୍କ ରାଜରେ ଆଫଗାନିସ୍ତାନ ଆତଙ୍କବାଦୀଙ୍‌କ ଗଡ ବନିଯିବ ।
ଅହମ୍ମଦ ମସୁଦଙ୍କ ବ୍ୟତୀତ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ବି ତାଲିବାନ ବିରୋଧରେ ସଂଘର୍ଷ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି, ମୁଁ ସେହି ଲକ୍ଷ ଲକ୍ଷ ଲୋକଙ୍କୁ ନିରାଶ କରିବିନି, ଯେଉଁମାନେ ମୋତେ ବାଛିଛନ୍ତି । ମୁଁ ତାଲିବାନଙ୍କ ସହ କେବେ ରହିବିନି । ଏ ପ୍ରସଙ୍ଗରେ ଆମେରିକା ସହ କଥା ହେବାର କିଛି ଅର୍ଥ ହିଁ ନାହିଁ । ଆମ ଆଫଗାନିଙ୍କୁ ପ୍ରମାଣିତ କରିବାକୁ ହେବ ଯେ, ଆଫଗାନିସ୍ତାନ ଭିଏତନାମ ନୁହେଁ । ଆମେ ଏବେ ବି ସାହସ ହରାଇନାହୁଁ । ସାଲେହ ଓ ମସୁଦଙ୍କ ପୁଅ ପଂଜଶୀରରେ ତାଲିବାନ ସହ  ଗୁରିଲା ମୁଭମେଣ୍ଟ ପାଇଁ ଏକତ୍ରିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking