28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶହଜାରା ସମୁଦାୟ ଯୁବତୀଙ୍କୁ ଜବରଦସ୍ତି ବିବାହ କରୁଛନ୍ତି ତାଲିବାନୀ

ହଜାରା ସମୁଦାୟ ଯୁବତୀଙ୍କୁ ଜବରଦସ୍ତି ବିବାହ କରୁଛନ୍ତି ତାଲିବାନୀ

ନୂଆଦିଲ୍ଲୀ: ଏବେ ୨୩ ବର୍ଷ ପରେ ପୁଣି ଆଫଗାନିସ୍ତାନରେ ତାଲିବାନି ଶାସନ ଫେରିଛି । ଏହାକୁ ନେଇ ହଜାରା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନେକ ସ୍ଥାନରେ ଯୁବତୀଙ୍କୁ ତାଲିବାନୀ ଯୁବକ ଜବରଦସ୍ତ ବିବାହ ବି କରୁଛନ୍ତି । ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ହତ୍ୟା କରାଯାଉଥିବା ଖବର ବି ରହିଛି । ହଜାରା ଶିୟା ମୁସଲମାନଙ୍କ ଏକ ସମୂହଙ୍କ ଦେଶରେ ଉତ୍ପୀଡନ ହୋଇଆସୁଛି । ଆଫଗାନ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଏହି ଶିୟା ମୁସଲମାନ ଦୁନିଆର ସବୁଠୁ ଉତ୍ପିଡୀତ ଅଳ୍ପସଂଖ୍ୟକରେ ସାମିଲ । ନିଜର ଧାର୍ମିକ ମାନ୍ୟତା ପାଇଁ ଏବେ ସେମାନେ ଟାର୍ଗେଟରେ ରହିଛନ୍ତି । କଟରପନ୍ଥୀ ମାନେ ସେମାନଙ୍କୁ ମୁସଲମାନ ହିଁ ମାନନ୍ତିନି ।  ଯେତେବେଳେ କାବୁଲରେ ତାଲିବାନ ଗ୍ଲୋବାଲ ମିଡିଆ ସାମ୍ନାରେ ଶାନ୍ତି ଓ ସୁରକ୍ଷାର ଭରଷା ଦେଉଥିଲେ, ସେହି ସମୟରେ ବାମିୟାନରୁ ହଜାରା ନେତା ଅବଦୁଲ ଅଲୀ ମଜାରୀଙ୍କ ମୂର୍ତ୍ତି ଭଙ୍ଗାଯିବା ଖବର ଆସିଥିଲା । ତାଲିବାନମାନେ ୧୯୯୫ରେ ମଜାରୀଙ୍କ ହତ୍ୟା କରିଥିଲେ । ଏହି ବାମିୟାନରେ ତାଲିବାନ ୨୦ ବର୍ଷ ପୂର୍ବରୁ  ବୁଦ୍ଧଙ୍କ ପ୍ରତିମାଗୁଡିକୁ ଭାଙ୍ଗି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking