30.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶଆଫଗାନିସ୍ତାନର ବିମାନ ଦୁର୍ଘଟଣାଗ୍ରସ୍ତ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ଆଫଗାନିସ୍ତାନର ବିମାନ ଦୁର୍ଘଟଣାଗ୍ରସ୍ତ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଆଫଗାନିସ୍ଥାନ ରୁ ଦିଲ୍ଲୀ ଆସୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ବିମାନ ଭିତରେ ୧୧୦ ଜଣ ଯାତ୍ରୀ ଥିଲେ । ଆଫଗାନିସ୍ତାନର ଏୟାରଲାଇନ୍ ଏରିୟାନା ଦ୍ବାରା ପରିଚାଳିତ ଏହି ବିମାନ ଆଫଗାନିସ୍ତାନର ପୂର୍ବ ଗଜନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି ।

 
ସୂଚନା ଅନୁସାରେ, ଆଜି ଆଞ୍ଚଳିକ ସମୟ ମଧ୍ୟାହ୍ନ ୧ଟା ୩୫ ମିନିଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁ ଇଲାକାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ନିୟନ୍ତ୍ରଣ ଅଞ୍ଚଳ ବୋଲି ଜଣାପଡିଛି । ଗଜନୀ ସହରର ପ୍ରାନ୍ତୀୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ପ୍ରବକ୍ତା ଅରିଫ୍ ନୁରୀଙ୍କ କହିବା ମୁତାବକ, ଏରିୟାନା ଆଫଗାନ୍ ଏୟାରଲାଇନର ବୋଇଙ୍ଗ ବିମାନ ଦେହ୍ ୟାକ୍ ଜିଲ୍ଲାର ସଡୋ ଖେଲ୍ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବିମାନ ମଧ୍ୟରେ ୧୧୦ ଜଣ ଯାତ୍ରୀ ଥିବା ବେଳେ କେତେ ଜଣ ଯାତ୍ରୀ ମୃତାହତ ହୋଇଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାରୁ ବିମାନରେ କିଛି ଭାରତୀୟ ଯାତ୍ରୀ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
https://onakhabar.com/2020/01/27/kobe-bryant-dead-in-helicopter-crash/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking