29.1 C
Bhubaneswar
Thursday, April 25, 2024
Homeଓଡିଶାଟିକ୍‌ଟକ୍ ମାୟାରେ ବାୟା ଶିକ୍ଷୟତ୍ରୀ

ଟିକ୍‌ଟକ୍ ମାୟାରେ ବାୟା ଶିକ୍ଷୟତ୍ରୀ

ନରସିଂହପୁର : ଆଜି କଲି ଯୁବା ଠାରୁ ବୁଢା ପର‌୍ୟ୍ୟନ୍ତ ସମସ୍ତ ଙ୍କୁ ଘାରିଛି ଟିକ୍‌ଟିକ୍ ମାନିଆ । ତେବେ ଏଥିରୁ ବାଦ ପଡି ନାହାନ୍ତି ଶିକ୍ଷୟିତ୍ରୀ। ସ୍କୁଲ ପିଲାଙ୍କ ସହ ଜଣେ ଶିକ୍ଷୟିତ୍ରୀଙ୍କ ଟିକ୍‌ଟକ୍ ଭିଡିଓ ଏବେ ସୋଶାଲ ସାଇଟ ରେ ଭାଇରାଲ ହୋଇଛି । କଟକ ଜିଲ୍ଲା ବଡମ୍ବା ବ୍ଲକରେ ବାଦଭୂଇଁ ୟୁପି ସ୍କୁଲର ଶିକ୍ଷୟିତ୍ରୀ ବନପ୍ରିୟା ନାୟକ ଓଡ଼ିଆ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି । ସ୍କୁଲ କ୍ୟାମ୍ପସରେ ଏହି ଟିକ୍‌ଟକ୍ ଭିଡିଓ ସୁଟିଂ ହୋଇଥିବାର ଦେଖାଯାଇଛି ।
ଏହା ତାଙ୍କର ବର୍ଷେ ପୂର୍ବରୁ ଟିକ୍‌ଟକ୍ ଭିଡିଓ । ସେ ବଡମ୍ବା ବ୍ଲକ ସମିତି ଅଧ୍ୟକ୍ଷାଙ୍କ ଭଉଣୀ ବୋଲି ତାଙ୍କୁ କେହି ବଦନାମ କରିବା ପାଇଁ ଭିଡିଓ ଭାଇରାଲ କରିଥିବା କହିଛନ୍ତି ଶିକ୍ଷୟିତ୍ରୀ । କିଛି ମାସ ତଳେ ମାଲକାନଗିରି ମେଡ଼ିକାଲରେ ନର୍ସମାନେ ଟିକ୍‌ଟକ୍ ଭିଡିଓ କରିଥିବା ନଜରକୁ ଆସିଥିଲା ରୋଗୀସେବା ଛାଡ଼ି ପୁରା ଟିକ୍‌ଟିକ୍ ପ୍ରେମରେ ବାୟା ହୋଇଯାଇଥିଲେ ୪ ଜଣ ନର୍ସ। ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକ୍‌ଟକ୍ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking