33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟିକେଟ ମିଳିଲାନି ବୋଲି ବିଷ ପିଇଲେ ସପା ସମର୍ଥକ

ଟିକେଟ ମିଳିଲାନି ବୋଲି ବିଷ ପିଇଲେ ସପା ସମର୍ଥକ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଉଷ୍ମତା । ନିର୍ବାଚନ ତାରିଖ ଘୋଷଣା ପରେ ଟିକେଟକୁ ନେଇ ଏବେ ବିବାଦ ଲାଗି ରହିଛି । ଏହାରି ମଧ୍ୟ ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଆଲିଗଡରୁ । ଏଠାରେ ଆଦିତ୍ୟ ଠାକୁର ନାମକ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାରୁ ସେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସପାର ଆଶାୟୀ ପ୍ରାର୍ଥୀ ଆଦିତ୍ୟ ଠାକୁରଙ୍କୁ ଛରୋରୁ ଟିକେଟ ନମିଳିବାରୁ ସେ ରାଗିଯାଇଥିଲେ ।

ଏଥିପାଇଁ ସମାଜବାଦୀ ପାର୍ଟି ଅଫିସ ବାହାରକୁ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ହେଲେ ଠିଖ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଆଉ ବୁଝାସୁଝା କରିଥିଲେ ।ବର୍ତ୍ତମାନ ଉତ୍ତର ପ୍ରଦେଶରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଲାୟମ ସିଂଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking