29.1 C
Bhubaneswar
Sunday, July 13, 2025
Homeଓଡିଶାପୃଥ୍ୱୀରାଜ ହାଇସ୍କୁଲକୁ ଏକ ଉନ୍ନତ ଓ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ

ପୃଥ୍ୱୀରାଜ ହାଇସ୍କୁଲକୁ ଏକ ଉନ୍ନତ ଓ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ

ବଲାଙ୍ଗିର, – ଶତାୟୁ ଶିକ୍ଷାନୁଷ୍ଠାନ ପୃଥ୍ୱୀରାଜ ହାଇସ୍କୁଲ କେବଳ ଜିଲ୍ଲାର ନୁହେଁ ରାଜ୍ୟ ଓ ସାରା ଦେଶରେ ଅନେକ ନାଁ କରିଛି । ଏହି ସ୍କୁଲ ରାଜ୍ୟକ ଦେଇଛି ମୁଖ୍ୟ ଶାସନ ସଚିବ, ଅନେକ ବୈଜ୍ଞାନିକ, ବିଚାରପତି, ଶିକ୍ଷାବିତ, ଜାତିୟସ୍ତର କ୍ରିଡାବିତ୍ ତଥା ରାଜନୈତିଜ୍ଞ ତିଆରି କରିଛି । କିନ୍ତୁ ସମୟକ୍ରମେ ଭୁଲ ଶିକ୍ଷାନିତି ହେଉ କି ଅନ୍ୟ କିଛି କାରଣ ହେଉ ସ୍କୁଲରେ ଛାତ୍ର ସଂଖ୍ୟା କ୍ରମାଗତ ଭାବରେ କମୁଛି । ତେଣୁ ସମୟ ଆସିଛି ଶିକ୍ଷକ କର୍ମଚାରୀ, ପୁରାତନ ଛାତ୍ରମାନେ ସ୍କୁଲର ହୃତଗୌରବ ଫେରାଇ ଆସିବା ପାଇଁ ଏକଜୁଟ ହେବା ଦରକାର । ମୁଁ ପ୍ରତିଶୃତି ଦେଉଛି ଆଗାମୀ ଏକ ବର୍ଷ ମଧ୍ୟରେ ସ୍କୁଲର ସମସ୍ତ ପ୍ରକାର ଭିତ୍ତିଭୂମି ପୁରଣ ପାଇଁ ଚେଷ୍ଟା କରାଯିବ ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ସ୍କୁଲ ଯେମିତି ସାରା ରାଜ୍ୟରେ ଉନ୍ନତ ଓ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ ସେ ଦିଗରେ କାମ କରାଯିବ ବୋଲି ଆଜି ପୃଥ୍ୱୀରାଜ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ତିନିବର୍ଷ ପୂର୍ବେ ଆୟୋଜିତ ହୋଇଥିବା ସ୍କୁଲର ଶତବାର୍ଷିକି ଉତ୍ସବ ଅବସରରେ ସ୍କୁଲର ଅନେକ ଗୁଡିଏ ଭିତ୍ତିଭୂମି ନିର୍ମାଣ କରାହୋଇଥିଲା । ବିଶେଷ କରି କ୍ରୀଡା କ୍ଷେତ୍ରରେ  ସ୍କୁଲର ଛାତ୍ରମାନେ ଯେପରି ପାରଦର୍ଶିତା ଲାଭ କରିବେ ସେ ଦିଗରେ ଧ୍ୟାନ ଦିଆଯିବ । ପି.ଆର. ହାଇସ୍କୁଲ ଖେଳ ପଡିଆକୁ ଏକ ସୁଦୃଶ୍ୟ ଆଉଟଡୋର ଷ୍ଟଡିୟମରେ ରୁପାନ୍ତରିତ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ଅଛି । ତାର ଆରପଟକୁ ବହୁକୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଜାତୀୟ ସ୍ତରର ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିୟନର ନିର୍ମାଣ କାମ ଜୋର ସୋରରେ ଚାଲିଛି । ତେଣୁ ଆମ ଛାତ୍ରମାନେ କିପରି ଶିକ୍ଷା ସହ ସମସ୍ତ କ୍ରିଡା ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବେ ଆମେ ମିଳିମିଶି କାମ କରିବା ବୋଲି କହିଥିଲେ । ଛାତ୍ରମାନେ ନିଜକୁ  ମୁଁ ହିଁ ଶ୍ରେଷ୍ଠ ବୋଲି ବିବେଚନା କରି ଆଗକୁ ବଢିବାକୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ ଜଗଦାନନ୍ଦ ଛୁରିଆ ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳା ସେମାନଙ୍କୁ ଆଗକୁ ନେବ ବୋଲି କହିଥିଲେ । ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ବ୍ୟଙ୍ଗ ମାଧ୍ୟମରେ ଛାତ୍ରମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ବର୍ଷର ଶ୍ରେଷ୍ଠ ଛାତ୍ର ଭାବରେ ଦିବ୍ୟ ଦର୍ଶନ ପୋଢ, ଗତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ରଘୁମଣି ସ୍ୱାଇଁ ଶ୍ରେଷ୍ଠ ଅଭିନେତା ଭାବରେ ହରେକୃଷ୍ଣ ମିଶ୍ର ଏବଂ ଡେନ୍ସର ଭାବରେ ଛାୟାକାନ୍ତ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା ସଂଯୋଜନା କରିଥିଲେ ଶିକ୍ଷକ ବିକାଶ ରଂଜନ ସାହୁ ଏବଂ ସ୍ୱାଗତ ଭାଷଣ ଶିକ୍ଷକ ରାମ ଗୋପାଳ ଖମାରୀ ଶର୍ମା ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସଂଜୟ କୁମାର ଶତପଥି । ଆଜିର କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିବା ସ୍ଥଳେ ସଭା ଶେଷରେ ଆୟୋଜନ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତ ଛାତ୍ର, ଅଭିଭାବକ ଓ ଅନେକ ଶିକ୍ଷାବିତ୍ ଉପଭୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking