27.1 C
Bhubaneswar
Monday, May 26, 2025
Homeବଲିଉଡଡିପଫେକ୍ ଜାଲରେ ଫସିଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ଡିପଫେକ୍ ଜାଲରେ ଫସିଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ : ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପ୍ ଫେକ୍ ଭିଡିଓ। ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜୋଲ, କ୍ରିକେଟର ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆସିଛି ଆଉ ଏକ ଡିପଫେକ୍ ଭିଡିଓ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଏକ ହାଲୁକା ନୀଳ ରଙ୍ଗର ଗାଉନ ପିନ୍ଧି ଅଶ୍ଲୀଳ ଇଙ୍ଗିତ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଅନ୍ୟ କାହାର ଏକ ଭିଡିଓରେ ଆଲିଆ ଭଟ୍ଟଙ୍କ ଚେହେରାକୁ ଏଡିଟ୍ କରାଯାଇଛି। ପୂର୍ବରୁ ଡିପଫେକ୍ ଭିଡିଓକୁ ନେଇ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜ୍ଞାନକୌଶଳର ଅପବ୍ୟବହାର କରି କଳାକାରଙ୍କୁ ବଦନାମ କରାଯାଉଛି। ଡିପଫେକ୍ ଭିଡିଓ ପ୍ରସାର ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ସେପଟେ ଇଣ୍ଟରନେଟ୍ ସୁରକ୍ଷା ଏବଂ ଡିପ୍ ଫେକ୍ ଭିଡିଓ ରୋକିବା ସୋସିଆଲ ସାଇଟର ଦାୟିତ୍ବ ବୋଲି କହିଛନ୍ତି କେନ୍ଦ୍ରୀୟ ଇଲେକ୍ଟୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking