29.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଦେଢ଼ ବର୍ଷର ଝିଅକୁ ୮ ଥର କାମୁଡ଼ିଲା କୁକୁର, ଏବେ ଥାନାକୁ ଯିବେ ପୋଷା କୁକୁରଙ୍କ...

ଦେଢ଼ ବର୍ଷର ଝିଅକୁ ୮ ଥର କାମୁଡ଼ିଲା କୁକୁର, ଏବେ ଥାନାକୁ ଯିବେ ପୋଷା କୁକୁରଙ୍କ ମାଲିକ

ହରିୟାଣା : ଆଜିକାଲିର ଲୋକମାନଙ୍କର ଘରେ ପୋଷା ଜୀବ ରଖିବା ଏକ ସଉକ ହେଇଗଲାଣି । ଏହି ପୋଷା ଜୀବଙ୍କ ମଧ୍ୟରେ କୁକୁର ସମସ୍ତଙ୍କର ଖୁବ ପ୍ରିୟ । ଆଜିକାଲି ପ୍ରାୟ ସମସ୍ତେ ଘରେ ପୋଷା କୁକୁର ରଖୁଛନ୍ତି । କିନ୍ତୁ ଏଭଳି କୁକୁର ରଖିବା ଆମ ପାଇଁ କେତେ ସୁରକ୍ଷିତ ତାହା କଣ ଆପଣ କେବେ ଚିନ୍ତା କରିଛନ୍ତି? ସାଧାରଣତଃ ପୋଷା କୁକୁରମାନେ ବାହାର ଲୋକଙ୍କୁ ଦେଖିଲେ କାମୁଡିବାକୁ ଗୋଡ଼ାଇଥାନ୍ତି । ଅନେକ ଥର ଆପଣ ପୋଷା କୁକୁର ବାହାର ଲୋକଙ୍କୁ କାମୁଡ଼ିଥିବାର ଖବର ମଧ୍ୟ ଶୁଣିଥିବେ । ତେବେ ନିକଟରେ ଏଭଳି ଏକ ଘଟଣା ହରିୟାଣାରେ ଘଟିଛି । ହରିୟାଣାର ଫତେହାବାଦ ଗାଁର ଜଣଙ୍କ ଘରର ଦୁଇଟି ପୋଷା କୁକୁର ଏକ ଦେଢ଼ ବର୍ଷର ଛୋଟ ଝିଅ ଉପରେ ଆକ୍ରମଣ କରିଛନ୍ତି । ଏନେଇ ହରିୟାଣା ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ବୁଧବାର ଦିନ ଛୋଟ ପିଲାଟି ତାଙ୍କ ଭାଇଙ୍କ ସହ ଖେଳୁଥିବା ବେଳେ ଏହି ଘଟଣା ଘଟିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ କୁକୁର ଦୁଇଟି ଏହି ଛୋଟ ଝିଅଟିକୁ ଏକ କୁଡ଼ିଆ ଭିତରକୁ ଟାଣି ନେଇଯିବା ପରେ ଏହି ନିର୍ମମ ଆକ୍ରମଣରେ ଶିଶୁଟି ଗୁରୁତର ଆହତ ହୋଇଥିଲା । ମିଡ଼ିଆ ରିପୋର୍ଟ ଅନୁଯାୟୀ, ପିଲାମାନଙ୍କର ଚିତ୍କାର ଶୁଣି ଛୋଟ ଝିଅଟିର ମାମୁଁ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । ଛୋଟ ଝିଅଟିକୁ ତୁରନ୍ତ ଚିକିତ୍ସା ପାଇଁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ଅନୁଯାୟୀ ଝିଅଟିର ଦେହରେ ଆଠଟି କାମୁଡ଼ା ଚିହ୍ନ ରହିଥିଲା । ଏହି ଆକ୍ରମଣ ପରେ ଶିଶୁର ପିତା ପୋଲିସ ନିକଟକୁ ଯାଇ ପୋଷା କୁକୁର ରଖିଥିବା ଏହି ବ୍ୟକ୍ତି ସୁରେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅବହେଳା ସଂପର୍କରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୨୮୯ ଅନୁଯାୟୀ ପୋଲିସ ସୁରେନ୍ଦ୍ରଙ୍କ ବିରୋଧରେ ଏଫ୍ଆଇଆର୍ ରେଜିଷ୍ଟର କରିଛି ଏବଂ କୁକୁର ଦୁଇଟିକୁ ୧୫ ଦିନ ପାଇଁ ଅଟକ ରଖିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଶିଶୁଟି ବର୍ତ୍ତମାନ ଚିକିତ୍ସିତ ହେଉଛି ଏବଂ ଛୋଟ ଝିଅଟିର ଦେହରେ ଆଠଟି ସ୍ଥାନରେ କାମୁଡ଼ା ଚିହ୍ନ ରହିଛି । ଏହି ଘଟଣା ଉପରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି । ତେଣୁ ନିଜ ପୋଷା କୁକୁରକୁ ନିଜ ଦାୟିତ୍ୱରେ ରଖନ୍ତୁ ଏବଂ ଛୋଟ ଛୁଆମାନଙ୍କ ଠାରୁ ଦୂରରେ ରଖନ୍ତୁ । ସେଥିପାଇଁ ଯେଉଁ ଲୋକମାନେ ଘରେ କୁକୁର ରଖନ୍ତି ସେମାନେ ଘର ବାହାରେ କୁକୁର ପ୍ରତି ସାବଧାନ ବୋର୍ଡ ମଧ୍ୟ ଲଗାଇଥାନ୍ତି । ତେଣୁ ଆପଣ ମାନେ ମଧ୍ୟ ସତର୍କ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking