କୋରାପୁଟ: କୋରାପୁଟ ମେଡିକାଲରେ ଏକସଙ୍ଗେ ୬ ରୋଗୀଙ୍କ ମୃତ୍ୟୁ ଘଟଣା । ମେଡିକାଲ ଯାଇ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ତଦନ୍ତ ଚାଲିଛି , ରିପୋର୍ଟ ଆସିଲେ କାଯ୍ୟାନୁଷ୍ଠାନ ହେବ । ଘଟଣା ଅତି ସମ୍ବେଦନଶୀଳ , ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଇସିୟୁ ୱାର୍ଡ ଓ ବିଭିନ୍ନ ୱାର୍ଡରେ ଅଧିକାରୀ ଯାଞ୍ଚ କରିଛନ୍ତି । ଯାହା କିଛି ଅବ୍ୟବସ୍ଥା ରହିଛି ଦୂର କରାଯିବ । ଭୁଲ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।