37.2 C
Bhubaneswar
Friday, April 19, 2024
Homeଓଡିଶାଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଖୋଲୁନି ରହସ୍ୟ, ରାଜ୍ୟ ବାହାରେ ଜଙ୍ଗଲବାବୁ

ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଖୋଲୁନି ରହସ୍ୟ, ରାଜ୍ୟ ବାହାରେ ଜଙ୍ଗଲବାବୁ

ଭୁବନେଶ୍ୱର:  ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ଜଙ୍ଗଲବାବୁ(ଡିଏଫ୍‌ଓ) ରାଜ୍ୟବାହାରେ ଆତ୍ମଗୋପନ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନ ଏବଂ ନିଜ ପୈତୃକ ଘରେ ନଥିବା ଜଣାପଡ଼ିବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ଜଙ୍ଗଲ ରାସ୍ତା ଦେଇ ସେ ରାଜ୍ୟସୀମା ପାର୍ ହୋଇଯାଇଛନ୍ତି । ତେଣୁ ତାଙ୍କୁ ଧରିବା ପାଇଁ ଏକ ପୋଲିସ  ଟିମ୍ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ୩ ଅଭିଯୁକ୍ତ ତଥା ବୋହୂ, ପାରଳାଖେମୁଣ୍ଡି ଡିଏଫ୍‌ଓ ଏବଂ ରୋଷେୟାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁହେବା ପରେ ଡିଏଫ୍‌ଓ ତଦନ୍ତରେ ପୋଲିସକୁ ସହଯୋଗ କରିବା ବଦଳରେ କାହିଁକି ଫେରାର୍ ହୋଇଗଲେ? ଡିଏଫ୍‌ଓଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ପୋଲିସ  ତାଙ୍କ ଉପରେ କାହିଁକି ନଜର ରଖିଲାନାହିଁ? ସେ ଫେରାର୍ ହେବା ପଛରେ ଆଉ କାହାର ହାତ ରହିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟିହୋଇଛି ।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛି କ୍ରାଇମ୍‌ବ୍ରାଞ୍ଚ । ପୋଲିସ ଡିଜି ଶ୍ରୀ ଅଭୟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଟିମ୍ ପାରଳାଖେମୁଣ୍ଡି ଯାଇଛନ୍ତି । ସେଠାରେ ପହଞ୍ଚି ଗଜପତି ଏସ୍‌ପିଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତକାରୀ ଅଧିକାରୀ ଉପସ୍ଥିତ ନଥିବାରୁ କ୍ରାଇମବ୍ରାଞ୍ଚ ଆଗେଇପାରି ନାହିଁ । ତଦନ୍ତକାରୀ ଅଧିକାରୀ ଏହି ମାମଲାର ତଦନ୍ତ କରିବାକୁ ରାଜ୍ୟବାହାରକୁ ଯାଇଛନ୍ତି । ସେ ଫେରିବା ପରେ ତାଙ୍କ ସହିତ ଆଲୋଚନା କରାଯାଇ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଡିଏସ୍‌ପି ଶ୍ରୀ ମଲ୍ଲିକ କହିଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଟିମ୍ ତଦନ୍ତ ସରିବା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ରହିବ ।

ପୁଅ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପୋଲିସ ଡିଜି ଶ୍ରୀ ଅଭୟଙ୍କୁ ଭେଟି ନିବେଦନ କରିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ପ୍ରକୃତରେ ଦୁର୍ଘଟଣାବଶତଃ ତାଙ୍କର ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଏବେ ବି ରହସ୍ୟ ହୋଇରହିଛି । ଏହାରି ଭିତରେ ସୌମ୍ୟଙ୍କ ପରିବାରଲୋକ ବୋହୂ ବିଦ୍ୟାଭାରତୀଙ୍କ ଉପରେ ଆଣିଥିବା ଅଭିଯୋଗସବୁ ପୋଲିସକୁ ଅଡୁଆରେ ପକାଇଦେଇଛି । ପୋଲିସ  ହାତରେ ଡିଏଫ୍‌ଓ ଏବଂ ବିଦ୍ୟାଭାରତୀଙ୍କ ସମ୍ପର୍କକୁ ନେଇ କିଛି ଲିଙ୍କ୍ ମିଳିଛି । ଡିଏଫ୍‌ଓ ଧରାପଡ଼ିବା ପରେ ସତ ବାହାରିବ ବୋଲି ପୋଲିସ ଆଶା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking