29.1 C
Bhubaneswar
Friday, April 26, 2024
Homeଓଡିଶାବୋଲର ଧକ୍କାରେ ବୃଦ୍ଧ ଗୁରତର

ବୋଲର ଧକ୍କାରେ ବୃଦ୍ଧ ଗୁରତର

ଯାଜପୁର ରୋଡ : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସହରର ଚୋରଦ ବାଇପାସରେ ପରିବା ବେପାର ସାରି ଦୋକାନ ବନ୍ଦ କରୁଥିବା ବେଳେ ଗୋଟିଏ ବୋଲେରୋ ଗାଡି ଆସି ପଛରୁ ଧକା ମାରିବାରୁ ଘଟଣା ସ୍ଥାନରେ ଲୋକଟି ଟଳି ପଡ଼ିଥିଲା l ସ୍ଥାନୀୟ ଲୋକେ ପୋଲିସକୁ ଡାକି ପୋଲିସ ଗାଡ଼ିରେ ଲୋକଟିକୁ ଯାଜପୁର ରୋଡ଼ ମେଡିକାଲ୍କୁ ପଠାଇଥିଲେ l କିନ୍ତୁ ଲୋକଟିର ଶରୀରର କିଛି ଅଂଶ ରକ୍ତ ସ୍ରାବ ହେଉଥିଲା ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା l ତେଣୁକରି ଡାକ୍ତର ଆହତ ବ୍ୟକ୍ତିଙ୍କୁ କଟକ ମେଡିକାଲ୍କୁ ସ୍ଥାନାନ୍ତରିତ କରିଲେ l ଆହତ ବ୍ୟକ୍ତିଙ୍କ ନାମ ଲକ୍ଷ୍ମଣ ମାଝୀ ବୟସ ୫୫, ଘର ଶ୍ରିବନ୍ତପୁର ପଞ୍ଚାୟତର କାଚରା ସାହି । ସୂଚନାଯୋଗ୍ୟ ଯେ, ବ୍ୟାସନଗର ପୌର ପରିଷଦର ନିଜସ୍ୱ ପରିବା ମାର୍କେଟ ନ ଥିବାରୁ ନାହାକା ବାଇପାସ୍‌ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଜୀବିକା ନିର୍ବାହ କରିବା ପାଇଁ ପରିବା ଵେବସାହି ମାନେ ପରିବା ଵେବସାୟ କରୁଛନ୍ତି l ସେହି ରୋଡ ଦେଇ ସହ ସହ ଯାନବାହାନ ଜାତ ଆତ କରୁଥିବାରୁ ଵେବସାହି ଓ ଖାଉଟି ପ୍ରତି ବିପଦ ପୁଣ୍ୟ ଟିକିଏ ବେହଉଶିଆର ହେଲେ ଦୃର୍ଘଟଣା ଘଟୁଛି l ଏଥି ପ୍ରତି ପୌର ପରିଷଦ ନା’ ପ୍ରଶାସନ ନଜର ନାହଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking