37.1 C
Bhubaneswar
Saturday, April 20, 2024
Homeଓଡିଶାଲୁଣା ନଦୀରେ ଭାସିବନି ବୋଇତ

ଲୁଣା ନଦୀରେ ଭାସିବନି ବୋଇତ

କେନ୍ଦ୍ରାପଡ଼ା : ଏ ବର୍ଷ କାର୍ତ୍ତିକ ପୂର୍ଣିମାରେ ଲୁଣା ନଦୀରେ ଭାସିବନି ବୋଇତ କି ବନ୍ଦାପନା । କେନ୍ଦ୍ରାପଡା ଜିଲ୍ଲା ମହାକଳାପଡ଼ା ଠାରେ ସ୍ଥାନୀୟ ବୋଇତ ବନ୍ଦାଣ କ୍ଲବ ପକ୍ଷରୁ ମହାସମାରୋହରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଏ ବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ ନାହିଁ ବୋଲି କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି। ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ମହାକଳାପଡ଼ା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ସମାଗମ ହୁଏ । ଏ ବର୍ଷ ବୋଇତ ବନ୍ଦାଣ ଉତ୍ସବ କରାଗଲେ ହଜାର ହଜାର ଲୋକଙ୍କ ସମାଗମ ହେବ ଓ କରୋନା ନିୟମମାନି ସାମାଜିକ ଦୂରତ୍ବ ପାଳନ ହୋଇପାରିବ ନାହିଁ। ତେଣୁ ଏ ବର୍ଷ ମହାକଳାପଡ଼ା ଉତ୍ସବ ଅନୁଷ୍ଠିତ ହେବ ନାହଁ ବୋଲି କ୍ଲବ୍‌ର କର୍ମକର୍ତ୍ତା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking