39.1 C
Bhubaneswar
Tuesday, April 23, 2024
Homeଓଡିଶାରାମଜୀ କମ୍ପାନୀ ବିରୋଧ ଜନ ଆନ୍ଦୋଳନ ବିଜେଡି ଓ ବିଜେପି ପୃଥକ ପୃଥକ ଭାବରେ ବିରୋଧ

ରାମଜୀ କମ୍ପାନୀ ବିରୋଧ ଜନ ଆନ୍ଦୋଳନ ବିଜେଡି ଓ ବିଜେପି ପୃଥକ ପୃଥକ ଭାବରେ ବିରୋଧ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କାଞ୍ଚିଚୂଆ ଠାରେ 70ଏକର ଜଙ୍ଗଲ ଜମିର କିସମ ପରିବର୍ତନ କରି 2008ମସିହାରେ ସ୍ଥାପିତ ହୋଇଥିଲା l ରାମଜୀ କମ୍ପାନୀ 12ବର୍ଷ ଧରି ଉତ୍ପାଦନ କରି ଲାଭ କରୁଥିବା କମ୍ପାନୀ ସ୍ଥାନୀୟ ଯୁବକ ମାନଂକୁ ନିଯୁକ୍ତି ଦେବା ଦୂର ଥାଉ ପ୍ରଦୂଷଣର ଶିକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା l ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ଦେଇଥିବା ପ୍ରତିଶୃତି ଗୋଟିଏ ହେଲା ପୂରଣ କରିପିପାରିଲା ନାହିଁ l ମିଥ୍ୟା ପ୍ରତିଶୃତି ଦେଇ ସ୍ଥାନୀୟ ଅଞ୍ଚଳ ବାସୀକୁ ଠକି ଚାଲିଛି l କମ୍ପାନୀ ବର୍ଜ୍ୟ ବସ୍ତୁ ଗୁଡିକ ବସ୍ତି ଅଞ୍ଚଳରେ ଗଦା ଗଦା କରି ପକାଉଛି l ପବନରେ ବର୍ଜ୍ୟ ବସ୍ତୁ ଉଡି ଗ୍ରାମ ଗୁଡିକର ପରିବେଶ ନଷ୍ଟ ହେଉଛି l ଏସମ୍ପର୍କରେ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ କର୍ଣପାତ କରୁ ନାହିଁ l ପ୍ରତିଶ୍ରୁତି ଅନୁସାରେ ନିଯୁକ୍ତି ଦେଉନାହଁ l ପ୍ରଦୂଷଣ ମାତ୍ରା ବଢ଼ାଇ ଚାଲିଛି l ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ରାମକୀ କମ୍ପାନୀ ପାଇଁ ଅଡ଼ୁଆ ବଢ଼ିଛି । ଏହି କମ୍ପାନୀ ବିରୋଧରେ ଶୁକ୍ରବାର ବିଜେଡି ପକ୍ଷରୁ 7ଦଫା ଦାବୀ କରି ସୁକିନ୍ଦା ବ୍ଲକର ଭାଇସ ଚେୟାରମନେ ଦିବ୍ୟରଞ୍ଜନ ବରାଳ ନେତୃତ୍ୱରେ ବିଜେଡି ପ୍ରତିବାଦ କରିବା ପରେ ଆଜି ବିଜେପି ମଧ୍ୟ କମ୍ପାନୀର ମନମାନି ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛି । କମ୍ପାନୀ ପ୍ରତିଷ୍ଠାକୁ ୧୨ ବର୍ଷ ବିତିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ରାମକୀ। ଏହାକୁ ବିରୋଧ କରି ବିଜେପି ଆଜି ଦାବିପତ୍ର ପ୍ରଦାନ କରିଛି।

୭ ଦଫା ଦାବି ସମ୍ଭଳିତ ଏହି ପତ୍ରରେ ବିଜେପି ଉଲ୍ଲେଖ କରିଛି ଯେ, ଶିଳ୍ପକୁ ଆମେ ବିରୋଧ କରୁନୁ, କିନ୍ତୁ ଶିଳ୍ପ ଲୋକଙ୍କ ଜୀବନ ଜୀବିକାକୁ ନଷ୍ଟ କରୁଛି। ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଅଣଦେଖା କରାଯାଉଛି । କମ୍ପାନୀ ସରକାରୀ ନିୟମ ବାହାରକୁ ଯାଇ କାମ କରୁଛି। ନିୟମ ଅନୁଯାୟୀ ବର୍ଜ୍ୟବସ୍ତୁକୁ ଠିକ୍ ଢଙ୍ଗରେ ମାଟିତଳେ ପାଣିଠାରୁ ସମଦୂରତ୍ୱ ରଖି ପୋତିବା କଥା । କିନ୍ତୁ ରାମକୀ ବିଭିନ୍ନ ସ୍ଥାନରୁ ଅଣୁଥିବା ବର୍ଜ୍ୟବସ୍ତୁକୁ ବସ୍ତି ନିକଟରେ ଗଦା କରି ଏକ ବିରାଟ ପାହାଡ଼ ଠିଆ କରିଛି। ସେହିପରି ପାରିପାର୍ଶ୍ୱିକ ଉନ୍ନୟନ ଦାୟିତ୍ୱ ମଧ୍ୟ ତୁଲାଉନି ରାମକୀ। ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉ ବା ବୃକ୍ଷରୋପଣ କିମ୍ବା ମେଡିକାଲ କ୍ୟାମ୍ପ କରୁନି କମ୍ପାନୀ। ବିଜେପି ନେତା ପୁଷ୍ପକ ମହାପାତ୍ରଙ୍କ ନେତୃତ୍ୱରେ ଅନେକ ସମର୍ଥକ ଆଜି କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ୧୨ ଦିନ ମଧ୍ୟରେ କମ୍ଫାନୀ ସମସ୍ତ ଦାବି ପୂରଣ ନ କଲେ ବିଜେପି ଆନ୍ଦୋଳନରେ ବସିବ ବୋଲି ଚେତାବନୀ ଦେଇଛି। ରାମଜୀ କମ୍ପାନୀକୁ ବିଜେଡି ଓ ବିଜେପି ପକ୍ଷରୁ ଗେରିଲାଣି କମ୍ପାନୀକୁ ଅଡୁଆ ପରି ସ୍ଥିତରେ ପକାଇଛି କମ୍ପାନୀ ସରକାର ନିୟମକୁ ମାନୁ ନାହିଁ l ଅଂଚଳ ବାସୀ ପ୍ରଦ୍ୟୁଷଣର ସିକାର ହୋଉଥିଲା ବେଳ ପ୍ରଦ୍ୟୁଷଣ ବିଭାଗ ଚୁପ ହୋଇ ବସି ବା ପ୍ରଶ୍ନବାଚୀ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking