ଟ୍ରାକ୍ଟର ପଛରେ ଧକ୍କା ହେଲା ବସ: ୨ମୃତ, ୩ଆହତ

ସମ୍ବଲପୁର: ଦିନକୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଆଜି ଏଭଳି ଏକ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଞ୍ଚଳରେ । ଜୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଥର୍ଲି ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଟ୍ରାକ୍ଟର୍ ପଛରେ ଧକ୍କା ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ,ରିଆମାଳରୁ ସମ୍ବଲପୁର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ଟି ସକାଳ ସମୟରେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ଟ୍ରାକ୍ଟର୍ ପଛରେ ଧକ୍କା ହୋଇଥିଲା । ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା । ଆହତ ହୋଇଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତ ଶ୍ରମିକମାନେ ହେଲେ ରାମସେବକ ସିଂହ ଏବଂ ଗୌରୀଶଙ୍କର । ଆହତମାନେ ହେଲେ ମୋହିତ କୁମାର, ଅଜୟ କୁମାର ଏବଂ ରାମ ପରବେଶ । ମୃତାହତ ଶ୍ରମିକ ମାନଙ୍କ ଘର ବିହାର ରାଜ୍ୟରେ ।
https://onakhabar.com/2020/01/26/mao-poster/