27.1 C
Bhubaneswar
Thursday, April 25, 2024
Homeଓଡିଶାପୋଲିସ ପ୍ରଶାସନ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ

ପୋଲିସ ପ୍ରଶାସନ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ

ଗଜପତି : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏସପି ସାରା ଶର୍ମାଙ୍କ ଉଦ୍ୟମରେ ପ୍ରଥମ ପର୍ଯ୍ୟାୟ ଉଡାନର ସଫଳତା ପରେ ଜିଲ୍ଲାରେ ବେକାରୀ ଯୁବକ ଯୁବତୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏଥିରେ ୧୮ ରୁ ୨୫ ବର୍ଷ ବୟସର ୩୦୦ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଛି, ଏଥିପାଇଁ ବିଭିନ୍ନ ବ୍ଲକର ୪୦୦ ରୁ ଉର୍ଦ୍ଧ୍ବ ଆବେଦନ କରିଥିଲେ । ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହଯୋଗରେ ବିନା ମୂଲ୍ୟରେ ସମସ୍ତ ପ୍ରାର୍ଥୀଙ୍କୁ ରହିବା, ଖାଇବା, ପୋଷାକ, ପାଠ୍ୟ ପୁସ୍ତକ ସହ ୩ ମାସ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରାଯାଇଛି । ଯେପରି କୋଣସି ଶୃଙ୍ଖଳା ବିଭାଗରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ହୋଇପାରିବେ । ତେବେ ବେକାରୀ ସମସ୍ୟା ଦୂର ହେବା ସହ ଅଧିକରୁ ଅଧିକ ସଂଖ୍ୟକ ଯୁବକ ଯୁବତୀ ସାମରିକ ତଥା ବେସାମରିକ ବାହିନୀରେ ଯୋଗ ଦେଇ ପାରିବେ ବୋଲି ଆଶା ରଖାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷଣରେ ଭାଗ ନେଇଥିବା ଯୁବକ ଯୁବତୀଙ୍କୁ ମନ୍ତ୍ରୀ ଉତ୍ସାହି ପ୍ରଦାନ କରିବା ସହ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି । ଏହି ଅବସରରେ ତାଲିମ ନେଉଥିବା ଯୁବକ ଯୁବତୀ ବିଭିନ୍ନ କୈାଶଳ ପ୍ରଦର୍ଶନ କରିଥିଲେ ।
https://onakhabar.com/2020/01/26/republic-day-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking