26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୫ ଜୀବନ

କୋଟା : ରାଜସ୍ଥାନର କୋଟା-ବାରାନ୍ ୨୭ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍ଲିପର ବସ ଟ୍ରଲରକୁ ଓଭରଟେକ୍ କରିବା ସମୟରେ ଟ୍ରଲର ସହ ଧକ୍କା ହୋଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ସିମଲିୟା ଥାନା ଅଧିକାରୀଙ୍କ କହିବାନୁଯାୟୀ, ଏହି ବସଟି ଗୁଜରାଟର ରାଜକୋଟରୁ କାନପୁର ଯାଉଥିଲା ।

ଏହି ସମୟରେ ଭୋର ୪ଟା ସମୟରେ ଦୁର୍ଘଟଣା ଘଟିଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking