28.1 C
Bhubaneswar
Friday, March 29, 2024
Homeଓଡିଶାମା’ ମୃତଦେହ ସହିତ ୫ଦିନ ବିତାଇଲା ଝିଅ

ମା’ ମୃତଦେହ ସହିତ ୫ଦିନ ବିତାଇଲା ଝିଅ

ସୁନ୍ଦରଗଡ଼ : ୫ ଦିନ ପରେ ଏକ ବନ୍ଦ ଘରୁ ମା’ର ମୃତଦେହ ଉଦ୍ଧାର କଲା ପୋଲିସ । ମା’ ମୃତଦେହ ସହିତ ୫ଦିନ ବିତାଇଲା ଝିଅ । ଏପରି ଏକ ଘଟଣା ରାଉରକେଲାର ବାସନ୍ତୀ କଲୋନୀରେ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୋଟିଏ ଘରେ ମା’ ମୃତଦେହ ପାଖରେ ଝିଅ ୫ଦିନ ରହିବା ପରେ ଖବର ପାଇ ପୋଲିସ ବନ୍ଦ ଘରୁ ମା’ର ମୃତଦେହ ସହ ଝିଅକୁ ଉଦ୍ଧାର କରିଛି । ମୃତ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଥିବା ବେଳେ ମହିଳାଙ୍କ କିପରି ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ ।

ମୃତ ମହିଳାଙ୍କ ଝିଅଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନାହିଁ । ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ନାଁ ମଞ୍ଜୁ । ତାଙ୍କର ୪ଜଣ ଝିଅ ରହିଛନ୍ତି । ତିନି ଜଣ ଝିଅ ଦିଲ୍ଳୀରେ ରୁହନ୍ତି । ଜଣେ ଝିଅଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ତାଙ୍କ ସହ ରହୁଥିଲେ । ଗତ ୧୮ ତାରିଖରେ ଦିଲ୍ଲୀରେ ରହୁଥିବା ଝିଅଙ୍କ ସହ କଥା ହୋଇଥିଲେ ମହିଳା । ପରେ ଆଉ ଯୋଗାଯୋଗ ହୋଇନଥିଲା । ବାହାରେ ମହିଳା ଜଣଙ୍କୁ ନଦେଖିବାରୁ ପଡୋଶୀଙ୍କର ସନ୍ଦେହ ହୋଇଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘରର କବାଟ ଭାଙ୍ଗି ଝିଅ ଓ ମୃତ ମା’ଙ୍କୁ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking