30.1 C
Bhubaneswar
Sunday, July 3, 2022
Homeଅପରାଧବୀମା ପଲିସିର ଟଙ୍କା ପାଇଁ ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ବୀମା ପଲିସିର ଟଙ୍କା ପାଇଁ ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ଚଣ୍ଡିଗଡ଼ : ଅମୃତସର ଜଣ୍ଡିଆଲା ଗୁରୁରେ ଜଣେ ମହିଳା ବୀମା ପଲିସିର ୧୫ ଲକ୍ଷ ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ହତ୍ୟା କରିଦେଇଛନ୍ତି । ଖାଲି ସେତିକି ନୁହେଁ ହତ୍ୟା ଘଟଣାକୁ ଲୁଟପାଟ ଓ ଡକାୟତିର ରୁପ ଦେବା ପାଇଁ ମହିଳା ଜଣକ ଷଡଯନ୍ତ୍ର ରଚିଥିବା ଜଣାଯାଇଛି । ମହିଳା ଜଣକ ରାସ୍ତା ଉପରେ ସ୍ୱାମୀଙ୍କୁ ଅଟକାଇ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ବେଳେ ନିଜକୁ କ୍ଷତାକ୍ତ କରିଥିଲା । ପ୍ରାଥମିକ ତଦନ୍ତରେ ଘଟଣାଟି ଲୁପାଟ ଡକାୟତି ଲାଗୁଥିଲା ବେଳେ ପରେ ଏହାର ପର୍ଦଫାସ ହୋଇଥିଲା । ପଞ୍ଜାବ ପୋଲିସ ଏହି ଘଟଣାର ଯାଞ୍ଚ ଜାରି ରଖିଛି । ସୂଚାନ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ନାମ ନରିନ୍ଦର କୌର । ମହିଳା ଜଣକ ଏକ ଶୂନଶାନ ଜାଗାରେ ମୋଟରସାଇକେଲରେ ଆସୁଥିବା ତାଙ୍କ ପତିଙ୍କୁ ପଛରୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ତାଙ୍କ ପତିଙ୍କ ନାମ ଥିଲା ମନଜିତ ସିଂହ ।

ସେ ବୁଲାରା ମେଟବାଲା ଗାଁର ଥିବାବେଳେ ତାଙ୍କୁ ଡେହେରୀବାଲ ରୋଡରେ ହତ୍ୟା କରାଯାଇଥିଲା । ତାଙ୍କର ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।ପ୍ରାରମ୍ଭିକ ତଦନ୍ତ ବେଳେ ଏହା ଏକ ଲୁଟ ଘଟଣା ବୋଲି ପୋଲସର ସନ୍ଦେହ ହୋଇଥିଲା । ହେଲେ ପରେ ମୃତ୍ୟୁ ସ୍ଥାନରୁ ଏପରି ସୁରାକ ମିଳିଥିଲା ଯେ ଯାହାକି ପତ୍ନୀଙ୍କ ଆଡକୁ ଇସାରା କରିଥିଲା । ଅଭିଯୁକ୍ତ ମହିଳା ମାମଲାକୁ ଡକାୟତିରେ ବଦଳାଇ ଦେଇଥିଲେ । ଏଥିପାଇଁ ସେ ନିଜକୁ ମଧ୍ୟ ଆଘାତ କରିଥିଲେ ।

ହେଲେ ପୋଲିସ ଅତି ଚତୁରତାର ସହ ତଦନ୍ତ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ଫୋନ ଓ ଅନ୍ୟ ସାମଗ୍ରୀ ଜବତ କରିଛି ।ଯାଞ୍ଚରୁ ଜଣାପଡ଼ିଥିଲା ଯେ ପତି ମନଜିତ ସିଂହ ଗତ ୨୦ ବର୍ଷ ହେବ ରୋଗାଗ୍ରସ୍ତ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା ଓ ତାଙ୍କର ସବୁ ପଇସା ମେଡିସିନରେ ଖର୍ଚ୍ଚ ହେଉଥିଲା । ଘରର ଆର୍ôଥକ ଅବସ୍ଥା ଭଲ ନଥିଲା । ୫ ମଇକୁ ସେ ଓ ତାଙ୍କ ପତ୍ନୀ ଔଷଧ ନେବା ପାଇଁ ବାହାରକୁ ଯାଇଥିଲେ । ତାଙ୍କ ପତ୍ନୀ ନରିନ୍ଦର କୌର ଜଣେ ବୀମା ଏଜେଣ୍ଟ ଥିଲେ । ୫ ମାସ ତଳେ ଅର୍ଥ ଅଭାବରୁ ନରିନ୍ଦର ତାଙ୍କ ସ୍ୱାମୀଙ୍କ ବୀମା କରାଇଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ଯେ ମାତ୍ର ୧୫ ଲକ୍ଷ ବୀମା ଟଙ୍କା ପାଇଁ ନରିନ୍ଦର ତାଙ୍କ ପତିଙ୍କ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking