40.1 C
Bhubaneswar
Tuesday, April 30, 2024
Homeଓଡିଶାବାରବାଟୀ ଛକରେ ବସ୍ ଦୁର୍ଘଟଣା; ୫ ମୃତ

ବାରବାଟୀ ଛକରେ ବସ୍ ଦୁର୍ଘଟଣା; ୫ ମୃତ

ଯାଜପୁର : ଯାଜପୁରରେ ବଡ଼ଧରଣର ବସ୍ ଦୁର୍ଘଟଣା । ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଛି ଗୋଟିଏ ଯାତ୍ରୀବାହୀ ବସ୍ । ବସ୍‌ଟି ପୁରୀରୁ ଆଜି ଦିନ ୪ଟାରୁ ବାହାରିଥିଲା । ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା । ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ । କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି ।

ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି । ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଛନ୍ତି । ବସ୍‌ଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ । ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି । ତେଣୁ ବସ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା କୁହାଯାଉଛି ।

ଖବର ପାଇ ତୁରନ୍ତ ପୁଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଉଦ୍ଧାରକାରୀ ଟିମକୁ ସେମାନଙ୍କୁ ସାଧାରଣ ଲୋକମାନେ ରେସ୍କ୍ୟୁ ଅପରେସନରେ ସହାୟତା କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ ଓ ୫ଟି କ୍ରେନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବସ୍‌ଟି ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ ହେଁ କେଉଁଭଳି ପରିସ୍ଥିତିରେ ଏପରି ଘଟଣା ଘଟିଲା ସେକଥା ଜଣାପଡ଼ିନାହିଁ । କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking