32.1 C
Bhubaneswar
Sunday, April 28, 2024
Homeଓଡିଶାକାର୍ ଦୁର୍ଘଟଣାରେ ୧ ମୃତ, ୪ ଗୁରୁତର

କାର୍ ଦୁର୍ଘଟଣାରେ ୧ ମୃତ, ୪ ଗୁରୁତର

ନୟାଗଡ଼: ଦଶପଲ୍ଲା ଥାନା ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥର ରଙ୍ଗମାଟିଆଠାରେ ଭୋଜି ଖାଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ରବିବାର ଏକ ମାରୁତି ସୁଜୁକି ୱାଗ୍‌ନର୍ ନମ୍ବର ଓଡି ୩୨ବି ୧୧୪୪ କାର୍ ଯୋଗେ ସାଙ୍ଗର ବାହାଘର ଭୋଜି ଖାଇବା ପାଇ ଗଞ୍ଜାମ ଅଞ୍ଚଳରୁ ୬ଜଣ ସାଙ୍ଗ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ । ସେଠାରେ ଭୋଜିଖାଇ ସୋମବାର ଖୁସିରେ ଫେରୁଥିବା ବେଳେ ୫୭ନମ୍ବର ଜାତୀୟ ରାଜପଥର ରଙ୍ଗମାଟିଆଠାରେ ଏକ ବୁଲାଣି ରାସ୍ତାରେ ଗାଡିକୁ ନିୟନ୍ତଣ କରିନପାରି ଏକ ଇଲେକ୍ଟ୍ରି ଖୁଣ୍ଟିକୁ ଧକ୍କାଦେବା ସହ ରାସ୍ତାପାର୍ଶ୍ୱରେ ଥିବା ଆମ୍ବଗଛକୁ ଧକ୍କାଦେଇ ଅଟକି ଯାଇଥିଲା ।

କାର୍‌ଟିର ବେଗ ଏତେ ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଥିଲା । ସମସ୍ତଙ୍କୁ ପଛରୁ ଆଉ ଏକ କାର୍‌ରେ ଆସୁଥିବା ଯାତ୍ରୀମାନେ ଘଟଣା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ସଂଗ୍ରାମ ସେଠି(୨୩), ଆସିକାର ଖୁଦିରାମ ବେହେରା(୨୩), ରୋଶନ ଖଣ୍ଡୁଆଳ(୨୩), ଉମାକାନ୍ତ ନାହାକ(୪୫) ଥିବାବେଳେ ମୃତ ବ୍ୟକ୍ତି ଜଣକ ସଙ୍କର୍ଷଣ ପ୍ରଧାନ(୨୫) ବୋଲି ଜଣାପଡିଛି । ଏମାନେ ସମସ୍ତେ ଗଞ୍ଜାମ ଅଞ୍ଚଳର । ଖବରପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ôଚଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking