29.1 C
Bhubaneswar
Friday, June 13, 2025
Homeଓଡିଶାକୋରନା ମହାମାରୀ ପାଇଁ  ଜନ ସଚେତନତା ସହ  ରାସନ ବାଣ୍ଟିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

କୋରନା ମହାମାରୀ ପାଇଁ  ଜନ ସଚେତନତା ସହ  ରାସନ ବାଣ୍ଟିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ଜଗତସିଂହପୁର:(ପ୍ରତାପ କୁମାର ସିଂହ) ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ  “ସ୍ୱୟଂ ସ୍ୱତନ୍ତ୍ର ”  ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ  ଜିଲ୍ଲା ଶାଖା ତରଫରୁ କୋରନା ଭୂତାଣୁକୁ ନେଇ ଏରସମା ବ୍ଲକ ଅନ୍ତର୍ଗତ ବିଭିନ୍ନ  ଗ୍ରାମରେ ସଚେତନତା ବାର୍ତା ପ୍ରଚାର ସହ ରାସନ ବଣ୍ଟନ କାର୍ଯ୍ୟ କରାଯାଇଛି।ସଂଗଠନର ଯୁବ ଛାତ୍ର ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଘର ଘର ବୁଲି ସାମାଜିକ ଦୁରତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ବୁଝେଇବା ସହ ସରକାରଙ୍କ ଦ୍ୱାରା କୋରନା ଭୂତାଣୁକୁ ରୋକିବା ତଥା ଲକଡାଉନ  ବେଳେ ସାଧାରଣ ଲୋକଙ୍କ ସାହାଯ୍ୟ ପାଇଁ ନିଆଯାଇଥିବା ବହୁ ଜନହିତକର ପଦକ୍ଷେପ ବିଷୟରେ ମଧ୍ୟ କୁହାଯାଇଥିଲା। ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀକାଳୀନ ଟୋଲ ଫ୍ରି ନମ୍ବର ବିଷୟରେ ମଧ୍ୟ ସଭିଙ୍କୁ ଅବଗତ କରାଯାଇଥିଲା। ସ୍ବେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମଧ୍ୟ  କହିବା ସହ ସାବୁନ ଓ ମାସ୍କ ବ୍ୟବହାରର ଗ୍ରୁରୁତ୍ବ ବୁଝେଇଥିଲେ। ଏଥିରେ ସୁଜିତ କୁମାର ସ୍ୱାଇଁ  ,ଦେବାଶିଷ ଚୌଧୁରୀ,ଭାସ୍କର ବେହେରା , ଅନ୍ତର୍ଯ୍ୟାମୀ ବେହେରା , କୁବେର ସାହୁ  , ସ୍ୱଭିମାନ ମଳିକ , ନକୁଳ ନାୟକ ,  ଅୟସ କାନ୍ତ ସ୍ୱାଇଁ  ପ୍ରମୁଖ ଉପସ୍ଥିତ ରହିଥିଲେ। କୋରନା ମହାମାରିକୁ ଆଖି ଆଗରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ଙ୍କୁ ଏକାଠି କରି  ଏମିତି ବହୁ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ” ସ୍ୱୟଂ ସ୍ୱତନ୍ତ୍ର” ସାମାଜିକ ସଙ୍ଘଠନ ର ଆବାହକ ବଳରାମ ଦଳାଇ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ସହଯୋଗ କରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking