26.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତାକାଲିଠାରୁ ଦୈତ୍ୟ ନଗରୀ ପାଇଁ ନୂଆ ନିୟମ ଜାରି କଲେ ପୋଲିସ କମିଶନର

ଆସନ୍ତାକାଲିଠାରୁ ଦୈତ୍ୟ ନଗରୀ ପାଇଁ ନୂଆ ନିୟମ ଜାରି କଲେ ପୋଲିସ କମିଶନର

ଭୁବନେଶ୍ୱର: କରୋନା କଟକଣା ନେଇ କଟକ-ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଦୁଇ ମହାନଗର ନିଗମରେ ଦୋକାନ ବଜାର ଖୋଲିବା ଓ ଜନସାଧାରଣଙ୍କ ପାଇଁ ଏକ ନିୟମାବଳୀ ଜାରି କରାଯାଇଛି । ଏହାକୁ କୋଭିଡ ୧୯ ଅଧିନିୟମ ଭାବେ ଅଭିହିତ କରାଯାଇଛି । ଦୈତ୍ୟ ନଗରୀର ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ ଏହି ନୋଟିସ ଜାରୀ କରିଛନ୍ତି । ଏଥିରେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଓ ଗ୍ରାହକଙ୍କ ପାଇଁ ନିୟମ ନମାନି ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ ବୋଲି କଡା ଚେତାବନୀ ଦେଇଛନ୍ତି । ଏଏସଆଇଙ୍କଠାରୁ ଆରମ୍ଭ କରି ତଦୁର୍ଧର୍ ପାହ୍ୟାର ଅଧିକାରୀମାନଙ୍କୁ ଜରିମାନା ଆଦାୟର କ୍ଷମତା ଦିଆଯାଇଛି । ଏହି ଅଧିନିୟମ ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମିଶନର ଦର୍ଶାଇଛନ୍ତି । ଏଥିରେ ସାମାଜିକ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବ, କେହି ପାନ ଗୁଟଖା ଖାଇ ବାହାରକୁ ଆସିପାରିବେ ନାହିଁ ଏବଂ ବାହାରେ ଛେପ ପକାଇ ପାରିବେ ନାହିଁ । ସମସ୍ତେ ମୁହଁ ଘୋଡାଇବା ଆବଶ୍ୟକ । ଦୋକାନୀ କର୍ମଚାରୀ ଓ ମାଲିକ ସମସ୍ତେ ମୁହଁ ଆବଦ୍ଧ କରିବେ ।

କୌଣସି ଗ୍ରାହକ ସାମାଜିକ ବ୍ୟବଧାନ ଯଦି ପାଳନ ନ କରନ୍ତି ଓ ମୁହଁ ଘୋଡାଇ ନଥାନ୍ତି, ତେବେ ୧୦୦କୁ ଫୋନ କରି ଦୋକାନ କର୍ମଚାରୀ ଓ ମାଲିକ ଜଣାଇବେ । ଯଦି ନ ଜଣାଇବେ ସେଥିପାଇଁ ଦୋକାନ ମାଲିକ ଦାୟୀ ହେବେ । ସମସ୍ତେ ମୁଖା ପରିଧାନ କରିବା ବାଧ୍ୟତାମୂଳକ । ଯଦି କେହି ମୁଖା ପରିଧାନ ନକରିଥାନ୍ତି, ତାଙ୍କୁ ଦୋକାନ ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ । ପ୍ରତ୍ୟକ ବାଣିଜ୍ୟ ପ୍ରତିଷ୍ଠାନରେ ହାତ ଧୋଇବା ବା ସାନିଟାଇଜର ବ୍ୟବସ୍ଥା ରହିବ । ଏଭଳି କଡା ନିର୍ଦ୍ଦେଶନାମା ଡକ୍ଟର ଷଡଙ୍ଗୀ ଜାରି କରିଛନ୍ତି । ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking