27.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁରରେ ଖେଳୁଛି କରୋନା, ଶିଶୁ ବୃଦ୍ଧା କାହାକୁ ଛାଡୁନି

ଯାଜପୁରରେ ଖେଳୁଛି କରୋନା, ଶିଶୁ ବୃଦ୍ଧା କାହାକୁ ଛାଡୁନି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଜିଲ୍ଲାରେ ଗୋଟିଏ ଅଂଚଳରୁ ଆଜି ଗୋଟିଏ ଦିନରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଏବେ ଆତଙ୍କର ବାତାବରଣ ଖେଲିଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଉଦବେଗ ବିଷୟ ହେଉଛି ଚିହ୍ନଟ ୧୭ ଜଣଙ୍କ ମଧ୍ୟରେ ଛୋଟ ଶିଶୁ ମଧ୍ୟ ଅଛନ୍ତି । ୨ ଜଣ ଶିଶୁ ଓ ଜଣେ ନାବାଳକ ଏବଂ ବୃଦ୍ଧ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ । ୩ ବର୍ଷର ଶିଶୁ ଠାରୁ ଆରମ୍ଭ କରି ୮୫ ବର୍ଷ ବୃଦ୍ଧ ପର୍ଯ୍ୟନ୍ତ ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି । ଆକ୍ରାନ୍ତଙ୍କ ସଂପର୍କରେ ଯେଉଁ ତଥ୍ୟ ସରକାରୀ ଭାବେ ଦର୍ଶାଯାଇଛି । ସେଥିରେ ସବୁଠାରୁ ଉଦବେଗର ବିଷୟ ହେଉଛି, ଜଣେ ୩ ବର୍ଷ ଶିଶୁ କନ୍ୟା ଓ ୩ ବର୍ଷର ଶିଶୁପୁତ୍ର ସହ ୧୨ ବର୍ଷର ନାବାଳକ ଏବଂ ୮୫ ବର୍ଷର ଜଣେ ବୃଦ୍ଧା ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ୯ ଜଣ ହେଉଛନ୍ତି ମହିଳା ।
ସକାଳେ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୧୮ ବର୍ଷର ଯୁବତୀ ଥିବା ବେଳେ ଜଣେ ୬୫ ବର୍ଷର ବୃଦ୍ଧ ଓ ୫୭ ବର୍ଷର ବ୍ୟକ୍ତି ଥିଲେ । ଅପରାହ୍ନରେ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରେ ଜଣେ ୩ ବର୍ଷର ବର୍ଷ ଶିଶୁ କନ୍ୟା ଓ ୩ ବର୍ଷର ଶିଶୁପୁତ୍ର ସହ ୧୨ ବର୍ଷର ନାବାଳକ ସହ ୮୫ ବର୍ଷର ବୃଦ୍ଧା , ୨୯ ବର୍ଷର ପୁରୁଷ, ୩୮ ବର୍ଷର ମହିଳା, ୩୫ ବର୍ଷ ମହିଳା, ୪୦ ବର୍ଷର ମହିଳା, ୨୯ ବର୍ଷର ପୁରୁଷ, ୨୦ ବର୍ଷର ଯୁବତୀ, ୩୪ ବର୍ଷର ପୁରୁଷ, ୩୬ ବର୍ଷର ମହିଳା, ୫୨ ବର୍ଷର ମହିଳା ଓ ୬୨ ବର୍ଷର ବ୍ୟକ୍ତି ଅଛନ୍ତି । ତେବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏହାପୂର୍ବରୁ ଜଣେ ୨ ବର୍ଷର ଶିଶୁ ଆକ୍ରାନ୍ତ ହୋଇଥିଲେ । ଏହାକୁ ଦେଖିଲେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ମଧ୍ୟ ବଢୁଥିବା ପରିଲକ୍ଷିତ ହେଉଛି ।
ରାଜ୍ୟରେ ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୩୯ ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ସର୍ବାଧିକ ୨୭ ଜଣ ଭୁବନଶ୍ୱରରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର ସଂଖ୍ୟା ୪୭ ଥିଲା । ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ହ୍ରାସ ପାଇଛି । ଯାଜପୁର ଜିଲ୍ଲା ଏବେ ସମସ୍ତଙ୍କୁ ଟପି ୧ ନମ୍ବରରେ ରହିଛି । ଯାଜପୁରରେ ଜଣେ ସୁସ୍ଥ ହୋଇଥିବାରୁ ୩୫ ଜଣ ଆକ୍ରାନ୍ତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking