26.1 C
Bhubaneswar
Monday, September 25, 2023
Homeଦେଶ ବିଦେଶଜାପାନରେ ପ୍ରଥମ ଥର ଗର୍ଭପାତ ବଟିକାକୁ ମିଳିଲା ଅନୁମୋଦନ

ଜାପାନରେ ପ୍ରଥମ ଥର ଗର୍ଭପାତ ବଟିକାକୁ ମିଳିଲା ଅନୁମୋଦନ

ଜାପାନ: ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ଗର୍ଭପାତ ବଟିକାକୁ ଅନୁମୋଦନ କରିଛି। ପ୍ୟାନେଲ ବ୍ରିଟେନର ଲାଇନ୍‌ଫାର୍ମା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ବଟିକା ‘ମେଫିଗୋ ପିଲ୍‌’କୁ ଅନୁମୋଦନ କରିଛି। ଯଦିଓ ଏହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇପାରି ନାହିଁ। ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ୍ ଏହି ନିଷ୍ପତ୍ତି ପୂର୍ବରୁ ଏକ ଅନଲାଇନ୍ ସର୍ଭେ କରିଥିଲା, ଯେଉଁଥିରେ ୧୨,୦୦୦ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ତାହା ଉପରେ ସମୀକ୍ଷା କରାଯାଇଥିଲା। ଏବେ ଏହା ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଶେଷ ଅନୁମୋଦନ ମିଳିବାର ଆଶା ରହିଛି। ସୂଚନାଯୋଗ୍ୟ, ପ୍ରାୟ ୩୦ ବର୍ଷ ଧରି ବୈଦେଶିକ ଦେଶରେ ଗର୍ଭପାତ ବଟିକା ଉପଯୋଗ ହୋଇଆସୁଛି। ପାଖାପାଖି ୮୦ରୁ ଅଧିକ ଦେଶରେ ଗର୍ଭପାତ ବଟିକା ଉପଲବ୍ଧ ରହିଛି। ଏମିତିରେ ଜାପାନରେ ଏହି ପ୍ରସଙ୍ଗକୁ ନେଇ ସବୁବେଳେ ଆଲୋଚନା ହେଉଥିଲା। ଏଠାରେ ସର୍ଜିକାଲ୍‌ ପ୍ରକ୍ରିୟା ହିଁ ଗର୍ଭପାତ ପାଇଁ ଏକମାତ୍ର ବିକଳ୍ପ ରହିଛି। ରିପୋର୍ଟ ଅନୁସାରେ, ୧୯୮୮ରେ ଏହି ପ୍ରକାରର ବଟିକାକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ପ୍ରଥମ ଦେଶ ଥିଲା। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗର୍ଭପାତ ବଟିକାକୁ ସମର୍ଥନ କରି ଏହାକୁ ସୁରକ୍ଷିତ ବୋଲି କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking