40.1 C
Bhubaneswar
Thursday, April 25, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ଶେଷ ବଲ୍‌ରେ ଜିତିଲା ପଂଜାବ କିଙ୍ଗ୍‌ସ

ଆଇପିଏଲ୍‌: ଶେଷ ବଲ୍‌ରେ ଜିତିଲା ପଂଜାବ କିଙ୍ଗ୍‌ସ

ଚେନ୍ନାଇ: ଆଇପିଏଲ୍‌ର ୧୬ତମ ସଂସ୍କରଣର ୪୧ତମ ମ୍ୟାଚ୍‌କୁ ପଂଜାବ କିଙ୍ଗ୍‌ସ ଶେଷ ବଲରେ ଜିତିଛି। ଚେନ୍ନାଇ ସୁପର କିଙ୍ଗ୍‌ସକୁ ପଂଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପଂଜାବ ଟିମ୍‌ ୨୦୧ ରନ୍‌ର ବିଜୟ ଲକ୍ଷ୍ୟକୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ପୂରା କରିଛି। ପଂଜାବ ପାଇଁ ପ୍ରଭଶିମରନ ସିଂହ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୨ ରନ୍‌ ଯୋଡ଼ିଥିଲେ। ଲିଆମ ଲିଭିଂଷ୍ଟୋନ୍‌ ୪୦ ରନ୍‌, ସାମ କୁରାନ ୨୯ ରନ୍‌, ଅଧିନାୟକ ଶିଖର ଧାୱନ ୨୮ ରନ୍‌, ଯତୀଶ ଶର୍ମା ୨୧ ରନ୍‌, ଅଥର୍ବ ତାଇଡେ ୧୩ ରନ୍‌ ସଂଗ୍ରହ କରିଥିଲେ।

ତେବେ ସିକନ୍ଦର ରାଜା ଅପରାଜିତ ୧୩ ରନ୍‌ ଓ ଶାହରୁଖ ଖାନ୍‌ ଅପରାଜିତ ୨ ରନ୍‌ ସଂଗ୍ରହ କରିଥିଲେ। ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ସବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ରବୀନ୍ଦ୍ର ଜାଦେଜାଙ୍କୁ ୨ଟି ଓ ମଥୀସା ପଥିରାନାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା। ଚେନ୍ନାଇର ‌ପ୍ରାରମ୍ଭିକ ବ୍ୟାଟର ଡେୱାନ୍‌ କନୱେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ପଂଜାବର ସବୁ ବୋଲରଙ୍କୁ ହତାଶ କରିଥିଲେ। ସେ ତାଙ୍କର ଏହି ପାଳିରେ ୫୨ଟି ବଲ୍‌ ଖେଳିଥିଲେ। ୧୬ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୯୨ ରନ୍‌ କରିଥିଲେ।

ଚେନ୍ନାଇର ପାଳି ଅରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ କନ୍‌ୱେ । ଉଭୟ ବ୍ୟାଟର ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ୱିକେଟ୍‌ରେ ୮୬ ରନ୍‌ ସଂଗ୍ରହ କରିଥିଲେ। ତେବେ ପଂଜାବର ପ୍ରଥମ ଶିକାର ହୋଇଥିଲେ ଋତୁରାଜ। ସେ ପାଭଲିଅନ୍‌ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରିଥିଲେ। ଏଥିରୁ ସେ ୪ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ଯୋଡ଼ିଥିଲେ। କନ୍‌ୱେ ଦ୍ବିତୀୟ ୱିକେଟ୍‌ ପାଇଁ ଶିଭମ ଦୁବେ (୨୮ ରନ୍‌)ଙ୍କ ସହିତ ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। ପଂଜାବର ୩ୟ ଶିକାର ହୋଇଥିବା ମୋଇନ୍‌ ଅଲି ୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୦ ରନ୍‌ ସଂଗ୍ରହ କରିଥିଲେ। ସେ ଆଉଟ୍‌ ହେବା ବେଳକୁ ଦଳର ସ୍କୋର ୧୫୮ ରନ୍‌ରେ ପହଞ୍ଚି ଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୦ଟି ବଲ୍‌ରୁ ୧୨ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪ଟି ବଲ୍‌ ଖେଳି ୨ଟି ଛକା ସହାୟତାରେ ୧୩ ରନ୍‌ ସଂଗ୍ରହ କରିଥିଲେ। ପଂଜାବର ବୋଲର ଅର୍ଶଦୀପ ସିଂହ, ସାମ୍‌ କୁରାନ୍‌, ରାହୁଲ ଚହର ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking