38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ମିଳିଲାନି ଆଶ୍ୱସ୍ତି; ସିବିଆଇ-ଇଡି ଯାଞ୍ଚ୍ ଉପରେ ରୋକ୍‌କୁ ନା

ସୁପ୍ରିମ୍‌କୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ମିଳିଲାନି ଆଶ୍ୱସ୍ତି; ସିବିଆଇ-ଇଡି ଯାଞ୍ଚ୍ ଉପରେ ରୋକ୍‌କୁ ନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଟିଏମ୍‌ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିନି । ଏହି ମାମଲାରେ ସିବିଆଇ ଓ ଇଡି ଯାଞ୍ଚ୍ ଉପରେ ରୋକ୍ ଲଗାଇବାକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି । ତେବେ ସର୍ବୋଚ୍ଚ ଅଦାଲତ କଲିକତା ହାଇକୋର୍ଟଙ୍କ ୨୫ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଉପରେ ରୋକ୍ ଲଗାଇଛନ୍ତି। କଲିକତା ହାଇକୋର୍ଟ ମେ’ ୧୮ ତାରିଖରେ ଅଭିଷେକଙ୍କୁ ଜେରା ପାଇଁ ଯାଞ୍ଚ୍ ଏଜେନ୍ସିଙ୍କୁ ଅନୁମତି ଦେଇଥିଲେ ।

ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ପିଏସ୍ ନରସିହ୍ମାଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି, ଛୁଟି ପରେ ମାମଲାର ଶୁଣାଣି କରିବେ । ଶୁଣାଣି ପାଇଁ ଖଣ୍ଡପୀଠ ଜୁଲାଇ ୧୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏଜେନ୍ସି ତାଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବା ପାଇଁ ଟିଏମ୍‌ସି ସାଂସଦ ନିଜ ଆବେଦନରେ ଅନୁରୋଧ କରିଥିଲେ । ମାମଲାର ଯାଞ୍ଚ୍ କରୁଥିବା ସିବିଆଇ ମେ’ ୨୦ ତାରିଖରେ ତାଙ୍କୁ ୯ ଘଣ୍ଟା ଧରି ପଚରା ଉଚରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking