31.1 C
Bhubaneswar
Tuesday, April 23, 2024
Homeଓଡିଶାଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ତୋଲକୋଇ ବନାଞ୍ଚଳରେ ମାତିଛନ୍ତି ହାତୀ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା । ବନବିହାରୀପୁର ନୂଆଗାଁର ମହିଳା ଜଣକ ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲା ।

ହାତୀଟି ଦ୍ରୋପଦୀଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇଥିଲା । କିଛି ସମୟ ପରେ ଘର ଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲକୁ ନେଇଥିଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ଜଣେ ୱାର୍ଡମେମ୍ବର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking