33.1 C
Bhubaneswar
Friday, May 3, 2024
Homeଓଡିଶାନଦୀରେ ବୁଡି ଯୁବକ ମୃତ

ନଦୀରେ ବୁଡି ଯୁବକ ମୃତ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଗଲା ଡଙ୍ଗା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ମାଛ ଧରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ ।

ସୂଚନା ଅନୁସାରେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଦେଶୀ ଡଙ୍ଗାରେ ନିକଟସ୍ଥ ଡାଇକ୍-୩ ଗାଁର ୩ ଜଣ ବ୍ୟକ୍ତି ମାଛ ଧରିବାକୁ ଯାଇଥିଲେ । ଜଳ ଭଣ୍ଡାରରୁ ମାଛ ଧରି କୂଳକୁ ଫେରିଲା ବେଳେ ହଠାତ ପବନ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯିବାରୁ ସେଥିରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣିକୁ ଖସି ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking