27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସୁନା ଦାମ

ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସୁନା ଦାମ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ବୁଧବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଛି। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବା ବେଳେ ବୁଧବାର ଏହି ଦରରେ ପରିବର୍ତ୍ତନ ହୋଇଛି। ବୁଧବାର ସୁନା 10 ଗ୍ରାମ ପିଛା ୩୬୨ ଟଙ୍କା ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ରୂପା କିଲୋଗ୍ରାମ ପିଛା ୬୧୯ ଟଙ୍କା ମହଙ୍ଗା ହୋଇଛି।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (IBJ)ର ୱେବସାଇଟ୍ ଅନୁଯାୟୀ ବୁଧବାର ସୁନା ଭରି ପିଛା ୩୬୨ ଟଙ୍କା ମହଙ୍ଗା ହୋଇଛି। ଦର ବୃଦ୍ଧି ପରେ ଦଶ ଗ୍ରାମକୁ ୬୦୭୦୪ ଟଙ୍କାରେ କାରବାର କରୁଛି। ମଙ୍ଗଳବାର ଶେଷ ବାଣିଜ୍ୟ ଦିନରେ ସୁନା ୪୮୭ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୬୦୩୪୨ କାରବାର ଟଙ୍କାରେ ବନ୍ଦ ହୋଇଯାଇଥିଲା।

ବୁଧବାର ଦିନ ସୁନା ସହିତ ରୂପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିଲା। ବୁଧବାର ରୂପା ୬୧୯ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୭୧୩୩୭ ଟଙ୍କାରେ କାରବାର କରୁଛି। ମଙ୍ଗଳବାରର ଶେଷ ବାଣିଜ୍ୟ ଦିନରେ ରୂପା ୧୮୦୩ ଟଙ୍କା ଶସ୍ତା ହୋଇ କିଲୋଗ୍ରାମରେ ୭୦୭୧୮ ଟଙ୍କାରେ ବନ୍ଦ ହୋଇଯାଇଥିଲା।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍  ପରି ସୁନା ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଦ୍ରୁତ ଗତିରେ କାରବାର କରୁଛି। MCX ରେ ସୁନା ୧୦ଗ୍ରାମ ପିଛା ୪୩ ଟଙ୍କା ମହଙ୍ଗା ହୋଇ ୬୦୨୪୦ ଟଙ୍କାରେ କାରବାର କରୁଛି। ସେହିପରି ରୂପା ୨୧୪ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୭୧୯୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking