27.1 C
Bhubaneswar
Sunday, September 8, 2024
Homeଅପରାଧଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍ ବାଜିବାରୁ ୱେଟରଙ୍କୁ ପିଟିପିଟି ହତ୍ୟା

ଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍ ବାଜିବାରୁ ୱେଟରଙ୍କୁ ପିଟିପିଟି ହତ୍ୟା

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ଅଇଁଠା ପ୍ଲେଟ୍ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ୱେଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି । ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ଗାଜିଆବାଦର ପୁଷ୍ଟ ରୋଡରେ ଥିବା ସିଜିଏସ୍ ବାଟିକା ଗେଷ୍ଟ ହାଉସ୍‌ରେ ଏକ ବିବାହ ଉତ୍ସବ ଚାଲିଥିଲା । ସେତିକିବେଳେ ଜଣେ ୱେଟର ଟ୍ରେରେ ଅଇଁଠା ପ୍ଲେଟ୍‌ଗୁଡ଼ିକୁ ନେଉଥିବା ବେଳେ ଏହା ଅତିଥିଙ୍କ ଦେହରେ ଲାଗି ଯାଇଥିଲା । ଏହାକୁ ନେଇ ବଚସା ହୋଇ ପରବର୍ତ୍ତୀ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପଙ୍କଜ ନାମକ ସମ୍ପୃକ୍ତ ୱେଟରକୁ କେତେଜଣ ନସ୍ତୁକ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଦେଇଥିଲେ । ତା’ ପରଦିନ ପଙ୍କଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟପକ୍ଷେ ପଙ୍କଜ ଗେଷ୍ଟ ହାଉସ୍‌କୁ କାମ କରିବାକୁ ଯାଇ ଘରକୁ ଫେରି ନ ଥିବା ପଙ୍କଜଙ୍କ ମା’ ଥାନାରେ ଏକ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking