28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗୋଟିଏ ଦିନରେ ୧୦ ନବଜାତ ମୃତ; ସମସ୍ତେ ଗୋଟିଏ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

ଗୋଟିଏ ଦିନରେ ୧୦ ନବଜାତ ମୃତ; ସମସ୍ତେ ଗୋଟିଏ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

କୋଲକାତା: ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ପରେ ଗୋଟିଏ ନବଜାତଙ୍କ ମୃତ୍ୟୁ । ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ନବଜାତଙ୍କର ଜୀବନ ଚାଲିଯାଇଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ସମସ୍ତ ଶିଶୁଙ୍କ ଓଜନ କମ୍ ଥିବାରୁ ସେମାନଙ୍କୁ ଜାଙ୍ଗିପୁର ସବ୍‌-ଡିଭିଜନାଲ ହସ୍ପିଟାଲରରୁ ମୁର୍ସିଦାବାଦ ମେଡିକାଲ୍ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଅଭାବରୁ ପିଲାମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି ।

ମୁର୍ସିଦାବାଦ ମେଡିକାଲ କଲେଜ ହସପିଟାଲର ପ୍ରିନ୍ସପାଲ ପ୍ରଫେସର ଅମିତ ଦାସ କହିଛନ୍ତି, “ଜାଙ୍ଗିପୁର ସବ୍‌-ଡିଭିଜନାଲ ହସ୍ପିଟାଲରେ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) କାର୍ଯ୍ୟ ଚାଲିଥିବାରୁ ଶିଶୁମାନଙ୍କୁ ମୁର୍ସିଦାବାଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପିଲାମାନଙ୍କୁ ଏଠାରେ ଭର୍ତ୍ତି କରିବା ପାଇଁ ୫-୬ ଘଣ୍ଟା ସମୟ ଲାଗି ଯାଇଥିଲା । ସ୍ଥାନାନ୍ତର ହୋଇଥିବା ସମସ୍ତ ପିଲାଙ୍କର ଓଜନ କମ୍ ଥିଲା । ତେଣୁ ସେମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । ବିଳମ୍ବ ଘଟିବାରୁ ପିଲାମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking