ଯାଜପୁର : ଯାଜପୁର ଜିଲ୍ଲାର ବଡ଼ଚଣା ଥାନର ୧୬ନଂ ଜାତୀୟ ରାଜ ପଥ କଡେଇ ଚକ ନିକଟରୁ ଏକ ବ୍ୟାଗ ଭିତରୁ ଦୁଇ ତିନି ଦିନର ଶିଶୁ କନ୍ୟା ଉଦ୍ଧାର ହୋଇଛି l ବ୍ୟାଗ ଭିତରେ ଶିଶୁ କନ୍ୟାଟିକୁ ଭର୍ତ୍ତି କରି କେହି ନିଷ୍ଠୁର ପକାଇ ଦେଇଥିଲା l
ସ୍ଥାନୀୟ ଲୋକମାନେ ଦେଖି ବଡ଼ଚଣା ପୋଲିସକୁ ସୂଚନା ଦେଇଥିଲେ l ବଡ଼ଚଣା ପୋଲିସ ଘଟଣାସ୍ଥଳ ଆସି ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇ ଥିଲା l ବିଶେଷ ଚିକିତ୍ସା ପାଇଁ ଯାଜପୁର ସଦର ମହକୁମାର ଡାକ୍ତର ଖାନାକୁ ସ୍ଥାନl ସ୍ତରୀୟତ କରି ଥିଲା ସେଠାରେ ଶିଶୁ କନ୍ୟାର ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଛି l ଶିଶୁ କନ୍ୟାର ପଛ ପଟେ ଏକ ଲିଙ୍ଗ ରହିଛି l ଦୁଇ ତିନି ଦିନର ଶିଶୁ କନ୍ୟାକୁ କିଏ ବ୍ୟାଗରେ ଭର୍ତ୍ତି କରି ପକାର ଦେଇଥିଲା ତାହା ବଡ଼ଚଣା ପୋଲିସ ତଦନ୍ତ ଆରମ୍ଭ କରିଛି l