40.1 C
Bhubaneswar
Thursday, April 25, 2024
Homeକରୋନାଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି ମାସ୍କ ନପିନ୍ଧିବେ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ସରକାର ଘୋଷଣା କରିଛନ୍ତି । ଘରୋଇ ୪ ଚକିଆ ଯାନରେ ଗଲେ ଜରିମାନା ଲାଗୁ ହେବନି ।

ଦେଶରେ ବଢୁଛି କୋରୋନା ସଂକ୍ରମଣ । କ୍ରମାଗତ ଦ୍ବିତୀୟ ଦିନରେ ଦୈନିକ ପଜିଟିଭ ମାମଲା ୧୫ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୧୬,୨୯୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୯,୪୩୧ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୫,୫୫,୦୪୧କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking