33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଷ୍ଟାଡିୟମରେ ଦଳାଚକଟା: ୮ ମୃତ

ଷ୍ଟାଡିୟମରେ ଦଳାଚକଟା: ୮ ମୃତ

ୟାଉନ୍ଦେ: କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା । ଫୁଟବଲ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ସ୍ଥିତି ଏବେ ସଙ୍କଟାପନ୍ନ ଥିବା କୁହାଯାଉଛି ।

ସୂଚନାମୁତାବକ, କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ କ୍ୟାମରୁନ୍ ଓ କୋମୋରୋସ୍ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କୋରୋନା ଯୋଗୁଁ ୬୦ ପ୍ରତିଶତ ଲୋକଙ୍କୁ ଯିବାକୁ ଅନୁମତି ରହିଥିଲା । ହେଲେ ପରବର୍ତ୍ତି ସମୟରେ ଏହାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।ପ୍ରବେଶ ପଥରେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଠେଲାପେଲା କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା । ଫଳରେ ଦଳାଚକଟା ପରିସ୍ଥିତି ହୋଇଥିଲା । ଏଥିରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking