26.1 C
Bhubaneswar
Friday, March 29, 2024
Homeଓଡିଶା୨୮ ରୁ ବଢିବ ଶୀତ

୨୮ ରୁ ବଢିବ ଶୀତ

ଭୁବନେଶ୍ୱର: ଅସହ୍ୟ ଜାଡ଼ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ । ୨୮ ତାରିଖରୁ ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୨୪ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜିଠାରୁ ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ଦକ୍ଷିଣ ଉପକୂଳ ଓଡିଶାର ୮ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏଥିପାଇଁ ୨୮ରୁ ୨୯ ତାରିଖ ସକାଳ ପର୍ୟ୍ୟନ୍ତ ୪ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ଏବଂ ସୋନପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୯ ତାରିଖରୁ ୩୦ ତାରିଖ ସକାଳ ପର୍ୟ୍ୟନ୍ତ ୭ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ଦେବଗଡ ଏବଂ ସୋନପୁର କୁ ପ୍ରବଳ ଶୀତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking