37.1 C
Bhubaneswar
Monday, May 20, 2024
Homeଓଡିଶାଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଯାଉଛନ୍ତି ୧୪ଶହ ରାମ ଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନ ର ଶୁଭାରମ୍ଭ କରିଛନ୍ତି ।

ବର୍ତ୍ତମାନ ରାମଲଲାଙ୍କ ଦର୍ଶନ କରିପାରିବେ ଓଡ଼ିଶା ର ଅନେକ ଶ୍ରଦ୍ଧାଳୁ । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚ୍ ରେ ୭୨ ଟି ସିଟ୍ ରହିଛି । ତେଣୁ ଏଥିରେ ୧୪ ଶହରୁ ଅଧିକ ଲୋକ ଯାଇପାରିବେ ।

ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାଇଥିବାବେଳେ, ଆସନ୍ତା ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଅସଂଖ୍ୟ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଖବର ମୁତାବକ, ପ୍ରାଣ ପ୍ରତିଷ୍ଠା ହେବାର ୧୧ ଦିନ ଭିତରେ ୧୧ କୋଟି ଶ୍ରଦ୍ଧାଳୁ ଦର୍ଶନ କରିସାରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking