32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶସଧବା ହୋଇ ସିନ୍ଦୂର ନ ଥିବା କ୍ରୂରତାର ଲକ୍ଷଣ: କୋର୍ଟ

ସଧବା ହୋଇ ସିନ୍ଦୂର ନ ଥିବା କ୍ରୂରତାର ଲକ୍ଷଣ: କୋର୍ଟ

ଭୋପାଳ: ହିନ୍ଦୁ ଧର୍ମରେ ଶଙ୍ଖା, ସିନ୍ଦୂରକୁ ସଧବା ନାରୀର ଆଭୂଷଣ ବୋଲି ବିବେଚନା କରାଯାଏ । ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ହିନ୍ଦୁ ନାରୀ ବିବାହ ପରଠୁ ଏହାକୁ ପରିଧାନ କରିଥାନ୍ତି । ଆଧୁନିକତାର ଦ୍ୱାହି ଦେଇ ଆଜିକାଲି ବହୁ ନାରୀ ଶଙ୍ଖା, ସିନ୍ଦୂରଠୁ ଦୂରେଇ ଯାଉଛନ୍ତି । ମାତ୍ର ସ୍ୱାମୀ ଜୀବୀତ ଥାଉ ଥାଉ ସିନ୍ଥିରେ ସିନ୍ଦୂର ନ ପିନ୍ଧିବା ସ୍ୱାମୀ ପ୍ରତି ଅସମ୍ମାନ ସହ କ୍ରୂରତା । ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଫ୍ୟାମିଲି କୋର୍ଟ । ଛାଡ଼ପତ୍ର ବିନା ଜଣେ ମହିଳା ପ୍ରାୟ ୫ ବର୍ଷ ହେବ ନିଜ ସ୍ୱାମୀଙ୍କଠାରୁ ଦୂରେଇ ରହୁଥିଲେ । ଫଳରେ ପତ୍ନୀଙ୍କୁ ଫେରି ପାଇ ପୁଣି ଥରେ ସଂସାର କରିବା ନିମନ୍ତେ ବ୍ୟକ୍ତିଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ଓକିଲ ନିଜ ପକ୍ଷ ରଖି କହିଛନ୍ତି, କୌଣସି କଳହ ନ ଥାଇ ବି ମହିଳାଜଣକ ପ୍ରାୟ ୫ ବର୍ଷ ହେବ ନିଜ ସ୍ୱାମୀଙ୍କଠୁ ଦୂରେଇ ଯାଇ ଅଲଗା ରହୁଛନ୍ତି ।

ଏପରିକି ସ୍ୱାମୀ ବଞ୍ଚି ଥାଉ ଥାଉ ସେ ନିଜ ମଥାରେ ସିନ୍ଦୂର ବି ଲଗାଉ ନାହାନ୍ତି । ବିବାହିତ ହୋଇ ବି ନିଜ ଇଚ୍ଛାରେ ମହିଳାଜଣକ ସ୍ୱାମୀଙ୍କୁ ଛାଡ଼ି ଅନ୍ୟତ୍ର ରହୁଛନ୍ତି । ଏନେଇ ନିଜ ପକ୍ଷ ରଖି ମହିଳାଜଣକ କହିଥିଲେ, ସ୍ୱାମୀ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିବା ବେଳେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ସେ ସ୍ୱାମୀଙ୍କଠାରୁ ଦୂରେଇ ଯାଇଛନ୍ତି । ଏଥିସହ ସ୍ୱାମୀଙ୍କଠାରୁ ଅଲଗା ରହୁଥିବାରୁ ସେ ସିନ୍ଦୂର ପିନ୍ଧୁ ନ ଥିବା ମହିଳାଜଣକ କୋର୍ଟଙ୍କ ସମ୍ମୁଖରେ କହିଥିଲେ । କୋର୍ଟଙ୍କୁ ମଧ୍ୟ ସେ ବିନା ସିନ୍ଦୂରରେ ଆସିଥିଲେ । ଏହି ମାମଲାର ଶୁଣାଣି କରି ବିଚାରପତି କହିଛନ୍ତି, ହିନ୍ଦୁ ଧର୍ମରେ ସିନ୍ଦୂର ଲଗାଇବା ସଧବା ନାରୀର ଲକ୍ଷଣ । ମାତ୍ର ସ୍ୱାମୀ ଜୀବୀତ ଥାଉ ଥାଉ ସିନ୍ଦୂର ନ ଲଗାଇବା କ୍ରୂରତା ସହ ସମାନ । ଏଥିସହ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ନ ଥିବାରୁ ତତ୍‌କାଳ ସ୍ୱାମୀଙ୍କ ନିକଟକୁ ଫେରି ଆସି ସାଂସାରିକ ଜୀବନ ଆରମ୍ଭ କରିବାକୁ କୋର୍ଟ ମହିଳାଙ୍କୁ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking