27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୨୪ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

୨୪ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇରେ ଏକ ୨୪ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପ୍ରଶାସନିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୧୩୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ, ଏହି ଘଟଣା ଘୋଡାପଦେବ ଅଞ୍ଚଳରେ ଥିବା ନ୍ୟୁ ହିନ୍ଦ୍‌ ମିଲ୍‌ କମ୍ପାଉଣ୍ଡରେ ଘଟିଛି। ଭୋର୍‌ ୩ଟା ୪୦ ମିନିଟ୍‌ରେ ଏଠାରେ ଉଚ୍ଚ ମହଲା କୋଠାର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ନିଆଁରେ ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଲୋକମାନେ ଏ ନେଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭାଇବା ଆରମ୍ଭ କରିଥିଲା। ଏହି ୨୪ ମହଲା କୋଠାରେ ମୁଖ୍ୟତଃ ମିଲ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଫ୍ଲାଟ ମିଳିଛି।

ଅଗ୍ନିଶମ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିଲ୍ଡିଂରେ ରହୁଥିବା ୨୫ ଜଣଙ୍କୁ ଛାତ ଉପରୁ, ୩୦ ଜଣଙ୍କୁ ୧୫ତମ ମହଲାରେ ତିଆରି ଆଶ୍ରୟସ୍ଥଳୀରୁ ଏବଂ ୮୦ ଜଣଙ୍କୁ ୨୨ତମ ମହଲାର ଆଶ୍ରୟସ୍ଥଳୀରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳକୁ ୫ ଅଗ୍ନିଶମ ଗାଡ଼ି ଏବଂ ୩ ପାଣି ଟ୍ୟାଙ୍କରକୁ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking