34.1 C
Bhubaneswar
Thursday, May 9, 2024
Homeଅପରାଧନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ କଲା ନାବାଳକ

ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ କଲା ନାବାଳକ

ଲକ୍ଷ୍ନୌ: ନାବାଳିକାକୁ ଅପହରଣ ପରେ ନିର୍ଯାତନା ଦେଇ ଗଣଦୁଷ୍କର୍ମ କଲେ ଦୁଇ ସହପାଠୀ ନାବାଳକ । ଖାଲି ଏତିକି ନୁହଁ ଗଣଦୁଷ୍କର୍ମର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ସୋୟାର କଲେ । ଯାହା ଭାଇରାଲ ହେବା ପରେ ପୋଲିସ ୩ଜଣ ନାବାଳକଙ୍କୁ ଅଟକ ରଖିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ । ଗତ ମଙ୍ଗଳବାର ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାୟୀ, ଏହି ଗଣଦୁଷ୍କର୍ମ ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଗୌରୀ ବଜାର ପୋଲିସ ଷ୍ଟେସନ ଅଧିନରେ ଘଟିଛି । ଶୁକ୍ରାବର ଦିନ ସୋସିଆଲ ମିଡିଆରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଉଥିବାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲିସ ଏଘଟଣା ବିଷୟରେ ଜାଣିବା ପରେ ତିନି ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାର ଦିନକ ପରେ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତରୁ ଜଣାପଡିଛି ଯେ, ଅଟକ ଥିବା ତିନି ନାବାଳକଙ୍କ ମଧ୍ୟରୁ ଜଣେ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଫୋନ୍ କରି ଘର ବାହାରକୁ ଆସିବାକୁ କହିଥିଲେ । ସେ ବାହାରକୁ ଆସିବା ପରେ ତିନି ନାବାଳକ ତାଙ୍କୁ ଅପହରଣ କରିନେଇଥିଲେ ।

ଏହାପରେ ଏକ କ୍ଷେତ ନିକଟରେ ଥିବା ଘରକୁ ନେଇ ଆକ୍ରମଣ କରିବା ସହ ଦୁଇ ନାବାଳକ ଗଣଦୁଷ୍କର୍ମ କରିଥିଲେ । ଅନ୍ୟ ନାବାଳକ ଜଣଙ୍କ ପୁରା ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ଏହାପରେ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ପରେ ଦୁଷ୍କର୍ମ କରିଥିବା ଦୁଇ ନାବାଳକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏଥିସହ ଭିଡିଓ କରିଥିବା ନାବାଳକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ତିନି ନାବାଳକଙ୍କୁ ପୋଲିସ ଅଟକ ରଖିଛି । ଉତ୍ତରପ୍ରଦେଶରେ ଅସୁରକ୍ଷିତ ମହିଳା । ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଦୁଷ୍କର୍ମ ମାମଲା । କିଛିଦିନ ତଚଳେ ହୋଟେଲରେ ଜଣେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ କରାଇବା ଭୟ ଦେଖାଇ ଗଣଦୁଷ୍କର୍ମ କରିଥିଲେ ତାଙ୍କ ସହକର୍ମୀ । ଆଗ୍ରା ଜିଲ୍ଲାର ତାଜନଗରୀରେ ଥିବା ଏକ ହୋଟେଲରେ ଏପରି ଘଟଣା ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking