30.1 C
Bhubaneswar
Friday, May 3, 2024
Homeଓଡିଶାଲୁଗା ଦୋକାନରେ ଲାଗିଲା ନିଆଁ, ଜଳିପୋଡ଼ି ନଷ୍ଟ ହୋଇଗଲା ଦାମୀ ଲୁଗା

ଲୁଗା ଦୋକାନରେ ଲାଗିଲା ନିଆଁ, ଜଳିପୋଡ଼ି ନଷ୍ଟ ହୋଇଗଲା ଦାମୀ ଲୁଗା

ଭୁବନେଶ୍ବର: ଭୁବନେଶ୍ବରରେ ଲୁଗା ଦୋକାନରେ ନିଆଁ । ରବି ଟକିଜ୍ ସ୍ଥିତ ଲୁଇସ୍ ରୋଡ୍ ନିକଟରେ ଥିବା ମୁନସାନିଂ ଲୁଗା ଦୋକନରେ ନିଆଁ ଲାଗିବାରୁ ଜଳିପୋଡ଼ି ନଷ୍ଟ ହୋଇଯାଇଛି ଶହ ଶହ ଦାମୀ ଲୁଗା । ଖବର ପାଇ ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ । ଜଳି ଯାଇଥିବା ଲୁଗାର ଆନୁମାନିକ ମୂଲ୍ୟ ୫ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ସର୍ଟସର୍କିଟ ଯୋଗୁଁ ଭୋର ସମୟରେ ନିଆଁ ଲାଗିଥିଲା ।

ଦୋକାନରୁ ଧୂଆଁ ବାହାରୁଥିବାରୁ ସ୍ଥାନୀୟ ଲୋକ ଦୋକାନ ମାଲିକ ଏ. ଚଦ୍ର ଶେଖର ରାଓଙ୍କୁ ଖବର ଦେଇଥିଲେ । ମାଲିକ ଧୂଆଁ ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ । କଳ୍ପନା ଛକରେ ଥିବା ଅଗ୍ନିଶମ ବାହିନୀର ଗୋଟିଏ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୋକାନଟି ସଟର୍ ପଡ଼ିଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking