39.1 C
Bhubaneswar
Tuesday, April 23, 2024
Homeଅପରାଧଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଗୌହାଟୀ: ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା । ଘଟଣାଟି ଘଟିଛି ଆସାମରେ । ମୋରଗାଁ ଜିଲ୍ଲା ବୋରାଲିମାରି ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଅଭିଯୁକ୍ତର ଗୁପ୍ତାଙ୍ଗ କାଟି ଦେଇଛନ୍ତି । ଅଭିଯୁକ୍ତ ଯୁବକ ଜଣେ କ୍ୱାକ ବା ନକଲି ଡାକ୍ତର । ମହିଳା ତା’ ପାଖରେ ଚିକିତ୍ସିତ ହେଉଥିଲେ ।

ଗତକାଲି ଚିକିତ୍ସା ବାହାନାରେ ସେ ମହିଳାଙ୍କ ଘରକୁ ଆସି ତାଙ୍କ ସହ ଅସଦ୍ ଆଚରଣ କରିଥିଲେ । ଏହାକୁ ବିରୋଧ କରି ମହିଳା ତା’ର ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ଦେଇଛି ଯେ, ମହିଳା ଆତ୍ମରକ୍ଷା ପାଇଁ ମହିଳା ଅଭିଯୁକ୍ତର ଗୁପ୍ତାଙ୍ଗ କାଟିଥିବା ଦାବି କରିଛନ୍ତି। ତେବେ ଏନେଇ ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଅଭିଯୁକ୍ତର ନାମ ଉସମାନ ଅଲ୍ଲୀ ଓ ସେ କ୍ୱାକ୍ ଡାକ୍ତର ହୋଇଥିବା ଜଣାପଡିଛି । ବର୍ତ୍ତମାନ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛି ।

ଅନ୍ୟପଟେ ପୀଡିତା ମହିଳା ଥାନାରେ ପହଞ୍ଚି ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୁକ୍ତ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଗୌହାଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ, ଉସମାନ ଅଲ୍ଲୀ ଗ୍ରାମାଞ୍ଚଳରେ କ୍ୱାକ୍ କାମ କରେ । ପୀଡିତ ଜଣକ ନିଜର ସ୍ୱାସ୍ଥଗତ ସମସ୍ୟା ପାଇଁ ତା’ ଠାରୁ ମେଡିସିନ ଖାଉଥିଲେ । ଗତକାଲି ଅଭିଯୁକ୍ତ ଚିକିତ୍ସା ବାହାନାରେ ମହିଳାଙ୍କ ଘରକୁ ଯାଇଥିଲା ।

ଘରେ ଏକାକୀ ପାଇ ସେ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ହେଲେ ମହିଳା ସାହାସ ଦେଖାଇ ଏକ ଧାରୁଆ ଅସ୍ତ୍ରରେ ତା’ର ଗୁପ୍ତାଙ୍ଗ କାଟି ଦେଇଥିଲେ । ଏହାପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଆତ୍ମରକ୍ଷା ପାଇଁ ସେ ଏପରି କରିଥିବା କହିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking