28.2 C
Bhubaneswar
Sunday, June 28, 2026
Homeଓଡିଶାଫ୍ୟାନରେ ଝୁଲି ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ଫ୍ୟାନରେ ଝୁଲି ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ ଜେଇ ଭାବେ ଭୋଗରାଇ ବ୍ଲକରେ ଗତ ମାର୍ଚ୍ଚ ମାସରେ ଯୋଗ ଦେଇଥିଲେ। ମନ୍ଦାରସାହି ପଞ୍ଚାୟତର ଜେଇ ଭାବେ ଦାୟିତ୍ଵ ତୁଲାଇଥିଲେ।

ଆଜି ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ ପାଖରେ ଭଡାରେ ରହୁଥିବା ଲୋକେ ଝରକା ପଟେ ଦେଖିବାକୁ ପାଇଥିଲେ ମୋନାଲିସା ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ଏନେଇ ତାଙ୍କ ପରିବାର ଲୋକଙ୍କ ସହ ଭୋଗରାଇ ଥାନାକୁ ଖବର ଦେଇଛି। ମୋନାଲିସା ଭଡ଼ା ଘରେ ଏକାକୀ ରହୁଥିବା ବେଳେ ତାଙ୍କ ପାଖକୁ ଭାଇ ପରିଚୟରେ ଜଣେ ଯୁବକ ନିୟମିତ ଆସୁଥିଲା ବୋଲି କୁହାଯାଇଛି। ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। ତାଙ୍କର ଆତ୍ମହତ୍ୟା ପ୍ରେମଜନିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking