29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସେନା ଯବାନଙ୍କ ଗୁଳିରେ ସାଥୀ ଯବାନ ମୃତ

ସେନା ଯବାନଙ୍କ ଗୁଳିରେ ସାଥୀ ଯବାନ ମୃତ

ବାନ୍ଦିପୋରା: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ରବିବାର ସେନାର ଜଣେ ଯବାନଙ୍କ ସର୍ଭିସ୍ ରାଇଫଲ୍‌ରୁ ଭୁଲ୍‌କ୍ରମେ ଗୁଳି ଫୁଟି ଜଣେ ସାଥୀ ଯବାନଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ଜଣେ ସାଥୀ ଯବନା ଆହତ ହୋଇଛନ୍ତି । ବାନ୍ଦିପୋରା ପୁଲିସ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ରବିବାର ୧୪ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାମ୍ପ୍‌ରେ ରବିବାର ଜଣେ ଯବାନଙ୍କ ରାଇଫଲ୍ ଭୁଲକ୍ରମେ ତଳେ ପଡ଼ିଯାଇଥିଲା । ଫଳରେ ରାଇଫଲ୍‌ରୁ ଗୁଳିଫୁଟି ଦୁଇଜଣ ଯବାନ ଶରୀରେ ବାଜିଥିଲା । ତୁରନ୍ତ ଉଭୟଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ତେବେ ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଚାଲିଛି । ଘଟଣା ପରେ ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇଛି । ପ୍ରୋଟୋକଲ୍ ଅନୁସାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହା ସହିତ କ୍ୟାମ୍ପ୍‌ର ଅନ୍ୟ ଯବାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking