26.1 C
Bhubaneswar
Monday, December 11, 2023
Homeଦେଶ ବିଦେଶଘରୋଇକଣ ହେବ ପାକିସ୍ତାନ ଏୟାରଲାଇନ୍ସ!

ଘରୋଇକଣ ହେବ ପାକିସ୍ତାନ ଏୟାରଲାଇନ୍ସ!

ଇସଲାମାବାଦ: ଆର୍ôଥକ ଦୃଷ୍ଟିରୁ ଦେବାଳିଆ ହୋଇପଡିଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ପାକ୍ ସରକାର ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି । ଗତ ଗୁରୁବାର ଏହି ପ୍ରସଙ୍ଗରେ କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକଥ କକ୍କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ନିକଟରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ସଂଯୁକ୍ତ ଆରବ ଏମିରେଟ୍‌ସରେ ଇନ୍ଧନ ଭର୍ତ୍ତି କରିବାପରେ ପାଉଣା ଦେଇନପାରିବାରୁ ବିମାନକୁ ସେଠାରେ ଅଟକ ରଖାଯାଇଥିଲା । ପୂର୍ବରୁ ଅନ୍ୟ ଦେଶରେ ଏଭଳି ପାକିସ୍ତାନର ଯାତ୍ରୀବାହୀ ବିମାନକୁ ହଟହଟାର ସମ୍ମୁଖୀନ ହେବାକୁ ପଡିଥିଲା । ଦେବାଳିଆ ସ୍ଥିତିରେ ପାକିସ୍ତାନ ଏୟାରଲାଇନ୍ସର ୨୫ ପ୍ରତିଶତ ଉଡାଣକୁ ବାତିଲ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଚଳିତମାସ ୧୪ରୁ କେତେକ ଘରୋଇ ଓ ଆନ୍ତର୍ଜାତିକ ଉଡାଣକୁ ରଦ୍ଦ କରାଯାଇଛି । ତୈଳ ସଙ୍କଟର ମୁକାବିଲା କରିବାକୁ ପାକିସ୍ତାନ ଏୟାରଲାଇନ୍ସ ଲିଜ୍‌ରେ ଆଣିଥିବା ୧୩ ମଧ୍ୟରୁ ୫ଟି ବିମାନ ନ ଉଡାଇବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୨୨.୯ ବିଲିୟନ ଟଙ୍କା (ପାକିସ୍ତାନୀ ମୁଦ୍ରା) ମଞ୍ଜୁର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଇକୋନୋମିକ୍ କୋ-ଅର୍ଡିନେସନ କମିଟି ଏହାକୁ ଅଗ୍ରାହ୍ୟ କରିଦେଇଛି । ପୁନଶ୍ଚ ବକେୟା ଅର୍ଥ ପୈଠ ନକଲେ ଚଳିତମାସ ଶେଷଆଡକୁ ବୋଇଂ ଓ ଏୟାରବସ୍ ଭଳି କମ୍ପାନୀ ପାକିସ୍ତାନ ଏୟାରଲାଇନ୍ସକୁ ବିମାନ ଯନ୍ତ୍ରାଂଶ ଯୋଗାଇବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯନ୍ତ୍ରାଂଶ ନ ମିଳିଲେ, ଆଉ କେତେକ ବିମାନ ଉଡାଣ ଉପଯୋଗୀ ହୋଇପାରିବ ନାହିଁ ବୋଲି ଆଶଙ୍କା ଉପୁଜିଛି । ସୂଚନାଯୋଗ୍ୟ ୨୬ ବିଲିୟନ ଟଙ୍କାର ଟିକସ ପୈଠ କରିନଥିବାରୁ ଗତବର୍ଷ ପାକିସ୍ତାନ ଏୟାରଲାଇନ୍ସର ୫୩ଟି ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking